।। ତେନ୍ତୁଳି ପଡ଼ାଗ୍ରାମ ରେ 22 ତମ ମାଁ ଡୋକରୀ ଦଶହରା ସମ୍ପନ୍ନ ।।

ଥୁଆମୂଳ ରାମପୁରବ୍ଲକ ବିରିକୋଟ ପଞ୍ଚାୟତ ଅଧିନସ୍ଥ ତେନ୍ତୁଳିପଡା ଗ୍ରାମ ଠାରେ ମାଁ ଡୋକରୀ ଦେବୀଙ୍କ ଦଶହରା ସମ୍ପନ୍ନ ହୋଇ ଯାଇଛି l ଆଜି କୁ 22ତମ ଦଶହରା ମାଁ ଡୋକରୀ ଦେବୀ ଙ୍କ ହୋଥିବା ଜଣାପଡିଛି l ମାଁ ଡୋକରୀ ମନ୍ଦିର ରେ ଦେବୀ ସେବକ ଗପି ମାଝୀ, ଭଜନ୍ତି ମାଝୀ, ଥିବା ବେଳେ ପୂଜାରୀ ଙ୍କୁ ସହଯୋଗ ରାଜୁ ମାଝୀ, ଦାନକର ମାଝୀ ଓ ନାନ୍ଦୁ କବାଡି କାର୍ଯ୍ୟ କରି ଥାନ୍ତି lମାଁ ଦେବୀ କଥା କିଏବା ବର୍ଣ୍ଣନା କରିପାରିବେ କିନ୍ତୁ ଯେଉ ଭକ୍ତ ଥରେ ମାଁ ଦେବୀ ଙ୍କ ମନ୍ଦିର ଯାଇ ଦେବୀ ଙ୍କୁ ଦର୍ଶନ କଲେ ଭକ୍ତ ମାନଙ୍କ ମନସ୍କାମନା ସିଦ୍ଧି ହୋଇ ଥାଏ l ଭକ୍ତ ମାନଙ୍କ କାର୍ଯ୍ୟ ସିଦ୍ଧି ହେଲେ ଭକ୍ତ ଅନେକ ପୂଜା ଆକାରରେ କିଛି ବୋଲି ମାଁ ଦେବୀ ଙ୍କୁ ଦର୍ଶନ କରିବା ବେଳେ ଦେଇ ଥିବା ଭକ୍ତ ମାନେ ପ୍ରକାଶ କରିଥିଲେ l ଦଶହରାରେ ମାଁ ଡୋକରୀ ଦେବୀ ମନ୍ଦିର ରେ ଦେବୀ ଖେଳ କରି କଣ୍ଟା ଦୋଳି ରେ ବସିବା ଦେଖିବା ଅତି ସୁନ୍ଦର ଲାଗେ l ଶହ ଶହ ଭକ୍ତମାନଙ୍କ ଭିଡ଼ ମନ୍ଦିର ରେ ଜମିଥିବା ଦେଖିବା ପାଇଥିଲୁ l ସନ୍ଧ୍ୟାସମୟ ଠାରୁ ରାତି ନଅ ଟା ସମୟ ପର୍ଯ୍ୟନ୍ତ ରେକର୍ଡ ଡାନ୍ସ ହୋଇ ଥିବା ବେଳେ ରାତିରେ ମନରଞ୍ଜନ ପାଇଁ ସାଂକୃତିକ ନାଟକ ହୋଇ ଥିଲା l ବହୁ ଆଡମ୍ବର ରେ ଦଶହରା ପୂଜା କମିଟି ସହ ଗ୍ରାମ ବାସି ସହଯୋଗରେ ଆୟୋଜନ ହୋଇ ଥିଲା l ସୁନ୍ଦର ଭାବରେ ଟେଣ୍ଟ, ଲାଇଟ,ସାଉଣ୍ଡ ସାଜସଜା କରିଥିବା ମାଁ ମାଣିକେଶ୍ବରୀ ଟେଣ୍ଟ କରଞ୍ଜି ଗୁଡା ଅତି ସୁନ୍ଦର ଭାବରେ ସଜା ହୋଇ ଥିଲା l ଶାନ୍ତି ଶୃଙ୍ଖଳା ରେ ଦଶହରା ଶେଷ ହୋଇ ଥିଲା ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ସହ ରଜନୀ କାନ୍ତ ଶଗଡିଆ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






