।। ଝିପି ଝିପି ବର୍ଷା ସାଙ୍ଗକୁ ମଣ୍ଡିରେ ପଡି ରହିଛି ଧାନ ଚିନ୍ତାରେ ଚାଷୀ, ନୂଆପଡା ଜ଼ିଲ୍ଲାରେ ଚାଷୀଙ୍କ ହାଲ ବେହାଲ ।।

Dec 6, 2023 - 21:50
 0  31
।। ଝିପି ଝିପି ବର୍ଷା ସାଙ୍ଗକୁ ମଣ୍ଡିରେ ପଡି ରହିଛି ଧାନ ଚିନ୍ତାରେ ଚାଷୀ, ନୂଆପଡା ଜ଼ିଲ୍ଲାରେ ଚାଷୀଙ୍କ ହାଲ ବେହାଲ ।।

ନୂଆପଡା : ନୂଆପଡା ବ୍ଲକ ଏବଂ ଆଖପାଖ ଅଞ୍ଚଳରେ ସୋମବାର, ମଙ୍ଗଳବାର ଦିନ ସାରା ମେଘୁଆ ପାଗ ଲାଗି ରହିଥିଲା l ମେଘୁଆ ପାଗ ସାଙ୍ଗକୁ ସନ୍ଧ୍ୟlରେ ଧୀରେ ଧୀରେ ଟୁପୁରୁ ଟାପୁର ବୁନ୍ଦୁ ବୁନ୍ଦିଆ ପଡୁଥିଲା ସନ୍ଦ୍ୟାରେ ଜିପି ଝିପି ବର୍ଷା ମାଡିବସିଲା l ରାତି ସାରା ଜିପି ଝିପି ବର୍ଷାରେ ଚାଷୀ ଆତଙ୍କିତ ଅବସ୍ଥାରେ ଅଛନ୍ତି l ନୂଆପଡା ଜ଼ିଲ୍ଲାରେ ମଣ୍ଡି ଖୋଲିବା ଠାରୁ ଅଚଳ ଅବସ୍ଥା ସାଙ୍ଗକୁ ଚାଷୀ ମାନଙ୍କ ଭିଭିନ୍ନ ମଣ୍ଡିରେ ମେଳି ଲାଗି ରହିଛି l ଏବେ ଅଦିନିଆ ବର୍ଷା ସାଙ୍ଗକୁ ଚାଷୀଙ୍କ ନିଦ ହଜାଇଦେଇଛି l ମଙ୍ଗଳବାର ବାତ୍ୟା 'ମିଗଜୋମ' ଲ୍ୟାଣ୍ଡଫଲ ହୋଇଥିବା ବେଳେ ଏହାର ପ୍ରଭାବରେ ନୂଆପଡା ଜ଼ିଲ୍ଲାରେ ମେଘୁଆ ପାଗ ସହ ଦିନ ତମାମ ଝିପି ଝିପି ବର୍ଷା ଲାଗିରହିଛି l ଜ଼ିଲ୍ଲାରେ 35ଟି ମଣ୍ଡିରେ 484 ଜଣ ଚାଷୀଙ୍କ 23 ହଜାର କୁଣ୍ଟାଲ ଧାନ ପଡି ରହିଛି l ଅନେକ ମଣ୍ଡିରେ ଭିତ୍ତି ଭୂମି ନଥିବାରୁ ବର୍ଷାକୁ ଦେଖି ଚାଷୀ ମାନଙ୍କ ଚିନ୍ତା ବଢିଯାଇଛି l ବିଭାଗୀୟ ସୂଚନା ଅନୁସାରେ ଡର୍ଲିମୁଣ୍ଡା ପ୍ୟାକ୍ସ ଡର୍ଲିମୁଣ୍ଡା ମଣ୍ଡିରେ 12 ଜଣ ଚାଷୀଙ୍କ 1108 ବସ୍ତା, ଖରିଆର ରୋଡ ପ୍ୟାକ୍ସ ଖରିଆର ରୋଡ ମଣ୍ଡିରେ 68 ଜଣ ଚାଷୀଙ୍କ 6824 ବସ୍ତା, ଡ଼ୁମେରପାଣି ମଣ୍ଡିରେ 7 ଜଣ ଚାଷୀଙ୍କ 651 ବସ୍ତା, ଧରମବନ୍ଧା ପ୍ୟାକ୍ସରେ 79 ଜଣ ଚାଷୀଙ୍କ 7023 ବସ୍ତା ଧାନ, ସାରାବୋଙ୍ଗ ପ୍ୟାକ୍ସରେ 85 ଜଣ ଚାଷୀଙ୍କ 6259 ବସ୍ତା ଧାନ, ତରବୋଡ଼ ମଣ୍ଡିରେ 18 ଜଣ ଚାଷୀଙ୍କ 1457 ବସ୍ତା, ଲଖନା ପ୍ୟାକ୍ସରେ 43 ଜଣ ଚାଷୀଙ୍କ 3522 ବସ୍ତା ଧାନ, ଭେଲା ପ୍ୟାକ୍ସରେ 7 ଜଣ ଚାଷୀଙ୍କ 811 ବସ୍ତା, କlଣ୍ଡେତରା ପ୍ୟାକ୍ସରେ 25 ଜଣ ଚାଷୀଙ୍କ 1034 ବସ୍ତା, ହାତୀବନ୍ଧା ପ୍ୟାକ୍ସରେ 81 ଜଣ ଚାଷୀଙ୍କ 9030 ବସ୍ତା, ତୁକୁଲା ପ୍ୟାକ୍ସରେ 9 ଜଣ ଚାଷୀଙ୍କ 795 ବସ୍ତା, ଜ଼ିଲ୍ଲାରେ ମୋଟ 484 ଚାଷୀଙ୍କ 45 ହଜlର 587 ବସ୍ତା ଧାନ ପଡି ରହିଥିବାର ସୂଚନା ମିଳିଛି l ଏହି ପରିପ୍ରେକ୍ଷୀରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା କୁ ଦେଖି ଡ଼ାକବାଜି ଯନ୍ତ୍ରରେ ଚାଷୀ ମାନଙ୍କୁ ସଚେତନ କାରlଯାଉଛି l ଅମଳ କରିଥିବା ଧାନକୁ ଘରେ ସୁରକ୍ଷିତ ସହ ଧାନ ଯେପରି ନଷ୍ଟ ନହେବ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡିରେ ଥିବା ଧାନ କୁ ପ୍ଲାଷ୍ଟିକର ତାରପୋଲିନ ସାହାଯ୍ୟରେ ଢାଙ୍କି ରଖାଯାଇଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ