।। ସୁନାବେଡା ପୋୖର ପରିଷଦରେ ସ୍ୱାୟତ ଶାସନ ଦିବସ ପାଳନ ।।

Aug 31, 2024 - 19:30
 0  635
।। ସୁନାବେଡା ପୋୖର ପରିଷଦରେ ସ୍ୱାୟତ ଶାସନ ଦିବସ ପାଳନ ।।

ସୁନାବେଡା ପୋୖର ପାଳିକା ପକ୍ଷରୁ ପରିଷଦ କାର୍ଯ୍ୟାଳୟ ପରିସରରେ ଶନିବାର ମହାଆଡମ୍ବରରେ ସ୍ୱାୟତ ଶାସନ ଦିବସ ପାଳନ ହୋଇଯାଇଛି । ସୁନାବେଡା ପୌର ପରିଷଦ ଅଧକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ରିତୁ କଣ୍ଟା ,ସାଂସଦ ପ୍ରତିନିଧି କୃଷ୍ଣ କୂଳଦୀପ, ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ,ନିର୍ବାହୀ ଅଧିକାରୀ ନାରାୟଣ ନାୟକ ପ୍ରମୁଖ ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍ୱାୟତ ଶାସନ ପାଳନର ମହତ୍ତ୍ୱ ଉର୍ଦ୍ଧେଶ୍ୟ ଉପରେ ତାଙ୍କ ବକ୍ତବ୍ୟ ପ୍ରଦାନ କରିବା ସହ ଆଗାମୀ ଦିନରେ ସୁନାବେଡା ପୋୖର ପାଳିକାର ସ୍ଥାନ ରାଜ୍ୟର ସମଗ୍ର ପୋୖର ପାଳିକା ମଧ୍ୟରେ ସ୍ୱଚ୍ଛତା ଏବଂ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ ରୁଦ୍ରାଣୀ ମହାନ୍ତି ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହଯୋଗୀ ପ୍ରଫେସର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଓଡିଶା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱାୟତ ଶାସନ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବୁଳନ କରିଥିଲେ । ପରିଶେଷରେ ପୋୖର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ, ଏସ ଏଚ ଜି ଗ୍ରୁପର ମହିଳା ମାନଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ପୋୖରାଞ୍ଚଳ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କିଛି ସମାଜ ସେବୀ ଏବଂ ଅନ୍ୟ କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଓ ପୋୖର ପରିଷଦର ସଫେଇ କର୍ମଚାରୀ ମାନଙ୍କୁ ଉପଢୌକନ ସହ ମାନ ପତ୍ର ଦେଇ ଅତିଥି ମାନଙ୍କ ଦ୍ୱାରା ସଂମ୍ମାନୀତ କରାଯାଇଥିଲା । ଏହା ବ୍ୟବତୀତ ସିବିଏସଇ ଏବଂ ଓଡିଶା ମାଧ୍ୟମିକ ଶିକ୍ଷା ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ସ୍କୁଲ ଟପ୍ପର ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ରାଶି ପ୍ରଦାନ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ପରେ ସମସ୍ତ ଅତିଥି ମାନଙ୍କୁ ସଂମ୍ମାନୀତ କରାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ପୋୖର ପରିଷଦର ବିଭିନ୍ନ ଅଞ୍ଚଳରୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେବା ସହ ପୋୖର ପରିଷଦର ସମସ୍ତ ପାରିଷଦ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶ୍ରୀଧର ପରିଡ଼ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀ ଲଷ୍ମୀଧର ମହାପାତ୍ର କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ ।

 କୋରାପୁଟ ରୁ ରୁପ ଖରା ଙ୍କ ରିପୋର୍ଟ First News ଓଡିଶା

What's Your Reaction?

Like Like 3
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ