।। ଅନନ୍ଦପୁର ବ୍ୟାରେଜ୍ ର ବନ୍ଦ ହେଲା ୨ଟି ଗେଟ୍ ।।

ଏବେ ୧୪ଟି ଗେଟ୍ ଦେଇ ୧୪ ଶହ ଘନ ମିଟର ଜଳ ନିଷ୍କାସିତ ହେଉଛି । ଗତକାଲି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜ୍ ର ୩୩ ଟି ଗେଟ୍ ମଧ୍ୟରୁ ୧୬ଟି ଗେଟ୍ ଖୋଲାଯାଇଥିଲା । ଆଜି ସେଥିରୁ ୨ଟି ଗେଟ୍ ବନ୍ଦ କରାଯାଇଛି । ଆନନ୍ଦପୁର ଠାରେ ବୈତରଣୀ ନଦୀର ସତର୍କ ସଂକେତ ୩୭.୪୪୫ ମିଟର ଥିବା ବେଳେ, ବିପଦ ସଂକେତ ରହିଛି ୩୮.୩୬୦ ମିଟର । ଆଜି ଦିନ ୩ ଟା ରେ ଏଠାରେ ଜଳସ୍ତର ୩୬.୫୬୦ ମିଟର ରହିଛି । ଯାହା ସତର୍କ ସଂକେତ ଠାରୁ କମ୍ ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






