।। ଲାଞ୍ଜିଗଡ଼ ବିଧାୟକଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ ।।

Feb 25, 2024 - 12:43
 0  16
।। ଲାଞ୍ଜିଗଡ଼ ବିଧାୟକଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ ।।

ବିଗତ ଦିନରୁ ଗ୍ରାମବାସୀଙ୍କୁ ଏବଂ ମୁଖ୍ୟତଃ ମାଁ ମାନଙ୍କୁ ଲାଞ୍ଜିଗଡ଼ ବିଧାୟକ ପ୍ରତିଶୃତି ଦେଇ ଭୋଟ ହାତେଇବା ପାଇଁ ମନ ଜିଣି ଥିଲେ, ଭୋଟ ହାତେଇ ବିଧାୟକ ହେଲେ ସତ କିନ୍ତୁ ଯେଉଁ ତାରିଣୀ ମନ୍ଦିର ନିର୍ମାଣ ପାଇଁ କଥା ହେଇ ଥିଲେ,ସେହି ମାଁ ତାରିଣୀ ମନ୍ଦିର ପୂର୍ବରେ ଯେମିତି ଥିଲା, ବର୍ତ୍ତମାନ ମଧ୍ୟ ସେହି ମାଁ ତାରିଣୀ ମନ୍ଦିର ପୁର୍ବ ପରିସ୍ଥିତିରେ ରହିଛି ହେଲେ ବିଧାୟକ ମୁଣ୍ଡ ରେ ସେହି ପ୍ରତିଶୃତି ଗ୍ରହଣୀୟ ହେଇ ପାରୁ ନାହିଁ, ଏଣୁ ଆଜି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ତାଳଗୁଡ଼ର ମାଁ ମାନେ ବିଧାୟକଙ୍କ ନାମରେ ମୁହଁ ଖୋଳିଛନ୍ତି।ମା ତାରିଣୀ ପୀଠ ରୂପାନ୍ତରଣ କାର୍ଯ୍ୟ କରେଇ ଦେବା କହି ମିଛ ପ୍ରତିଶ୍ରୁତି ଦେଇ କଥା କହିଛନ୍ତି, ଅନ୍ୟ ପଟେ ଏହି ମା ତାରିଣୀ ପୀଠ କୁ କେନ୍ଦ୍ର କରି ମୁଖିଗୁଡ଼ା ଗ୍ରାମ ପଞ୍ଚାୟତ ର ନାଏକ ସରପଞ୍ଚ:- ମାଧୁରୀ ଚିନ୍ଧା, 8ନମ୍ୱର ର୍ୱର୍ଡା ମେମ୍ବର:- ଚଞ୍ଚଳା ବିଶି , 9ନମ୍ୱର୍ ୱର୍ଡା ମେମ୍ବର:- ଭବାନୀ ନାଏକ ସହ ମିଶି ଗ୍ରାମବାସୀ ବୃନ୍ଦ ଶେଷରେ ଏହି ପ୍ରତିଶ୍ରୁତି ପାଇଁ ମୁହଁ ଖୋଳିଛନ୍ତି, ଆଗକୁ ନିର୍ବାଚନ ଅଛି ଏଣୁ ଗ୍ରାମବାସୀ କରି ଥିବା ଅଭିଯୋଗ କୁ ନେଇ ଆଗାମୀ ଦିନରେ ବିଜେଡି ଦଳକୁ ବହୁତ ବଡ ମହଙ୍ଗା ପଡ଼ିବ ବୋଲି ଗ୍ରାମବାସୀମାନେ କହିଛନ୍ତି , ଏହା ମଧ୍ୟ କହିଛନ୍ତି ମା ତାରିଣୀ ପୀଠ ରୂପାନ୍ତରଣ କାର୍ଯ୍ୟ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଚେତାବନି ଦେଇଛନ୍ତି।

କଳାହାଣ୍ଡି ରୁ ରଜନି କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ