।। ଜିଲ୍ଲା ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।।

Sep 5, 2024 - 20:08
 0  7
।। ଜିଲ୍ଲା ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।।

ବାରିପଦା - ତା ୦୫/୦୯/୨୦୨୪ ରିଖ ସ୍ଥାନୀୟ ସହୀଦ ସ୍ମୃତି ଭବନ ପରିସରରେ ମୟୁରଭଞ୍ଜ ଜିଲ୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଗୁରୁ ଦିବସ ଅବସରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଶିକ୍ଷକ ସମନ୍ୱୟ ସମିତିର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ସାଂସଦ ନବ ଚରଣ ମାଝୀ ଶିକ୍ଷକ ସମାଜ ଦେଶର ମେରୁଦଣ୍ଡ ହୋଇଥିବାରୁ ତାଙ୍କର ସମସ୍ତ ସମସ୍ୟାର ସମାଧାନ ପାଇଁ ସେ ସଦା ସର୍ବଦା ପ୍ରଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ l ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଶିକ୍ଷକ ଓ ଛାତ୍ରର ଉତ୍ତମ ସମ୍ପର୍କ ଶିକ୍ଷକକୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ ବୋଲି ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆବାହକ ବିମଳ କୁମାର ଆଚାର୍ଯ୍ୟ, ସଂଯୋଜକ ହରେକୃଷ୍ଣ ବାରିକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଯାମିନୀ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ଜିଲ୍ଲାରେ ଥିବା କୃତୀ ତଥା ପ୍ରତିଭାବାନ ଶିକ୍ଷକ / ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବାର ପ୍ରୟାସ ଜାରି ରଖିଛି ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଆଖଣ୍ଡଳମଣି ଓତା, ଶରତ ଚନ୍ଦ୍ର ଦ୍ବିବେଦୀ, ପ୍ରହଲ୍ଲାଦ ଚନ୍ଦ୍ର ନାଏକ, ଡମ୍ବରୁଧର ରଣସିଂ, ରାଜେନ୍ଦ୍ର ବେହେରା, ସରୋଜ କୁମାର ମହାନ୍ତ, ସୁରଥ କୁମାର ପଟ୍ଟନାୟକ, ପବିତ୍ର ମୋହନ ପ୍ରଧାନ, ସୁସେନ ଘୋଷ ଓ ଚନ୍ଦ୍ରଶେଖର ଦାସ ସମେତ କାର୍ଯ୍ୟରତ ୫୨ ଜଣ କୃତୀ ଶିକ୍ଷକଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଯାମିନୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ I ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ବିଧାନସଭା ଚାଲିଥିବାରୁ ଏହି ଉତ୍ସବରେ ଯୋଗ ଦେଇପାରିନଥିବା ମାନ୍ୟବର ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ତଥା ବିଧାୟକ ପ୍ରକାଶ ସୋରେନ ନିଜ ବାର୍ତ୍ତାରେ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହ ଶିକ୍ଷକ ମାନଙ୍କର ସମସ୍ତ ସମସ୍ୟା ସହିତ ସଦା ସର୍ବଦା ଅଛନ୍ତି ବୋଲି କହିଥିଲେ I

ଗୌରଦାସ ଗିରୀଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ