ରାଷ୍ଟ୍ରପତିଙ୍କୁ ଅପମାନ ପ୍ରତିବାଦରେ ବାରିପଦା ବିଜେପି ପକ୍ଷରୁ:ସୋନିଆଙ୍କ କୁଶ ପୁତ୍ତଳିକା ଦାହ

Jan 31, 2025 - 20:17
 0  78
ରାଷ୍ଟ୍ରପତିଙ୍କୁ ଅପମାନ ପ୍ରତିବାଦରେ ବାରିପଦା ବିଜେପି ପକ୍ଷରୁ:ସୋନିଆଙ୍କ କୁଶ ପୁତ୍ତଳିକା ଦାହ

ବାରିପଦା: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମର୍ମୁଙ୍କ ପ୍ରତି କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଅପମାନଜନକ ଶବ୍ଦ ବ୍ୟବହାର କରିଥିବାର ପ୍ରତିବାଦରେ ବିଜେପି ବାରିପଦା ସହର ଶାଖା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଟ୍ରାଫିକ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ଅବସରରେ ଦଳର କର୍ମୀମାନେ କଂଗ୍ରେସ ଓ ସୋନିଆଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ସୋନିଆଙ୍କ କୁଶ ପୁତ୍ତଳିକା ଦାହ ମଧ୍ୟ କରିଥିଲେ। ବିଜେପି ବାରିପଦା ମଣ୍ଡଳ ସଭାପତି ସୁବ୍ରତ ମୁଖୀଙ୍କ ନେତୃତ୍ୱରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ, ଜିଲ୍ଲା ଉପସଭାନେତ୍ରୀ ଶୋବାବତୀ ହୋତା,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀଣ ପାତ୍ର, କୁମାର ମଙ୍ଗଳମ, ପାୟଲ ରାୟ, ରସିକାନନ୍ଦ ମିଶ୍ର, ଗଣେଶ ନାୟକ,ଦେବବ୍ରତ ସାମଲ,ପୁରୁଷୋତ୍ତମ ସେଠି, ସରସ୍ବତୀ ବେହେରା, ନିରଞ୍ଜନ ଦାସ,ମାନସୀ ତ୍ରିପାଠୀ,ସୁଶ୍ମିତା ଚାନ୍ଦ, ଦିପାଲୀ ନାୟକ,ପ୍ରମୁଖ ଯୋଗ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ