କଳାହାଣ୍ଡି ରେ ଥମୁନି ଦାଦନ ଦୁଃଖ,ପୁଣି ଆସିଲା ହାଇଦ୍ରାବାଦ ରୁ ଭାଲୁଯୋର ଗ୍ରାମ କୁ ଦାଦନ ମୃତଦେହ

ଜୟପାଟଣା ୩୧-୦୧-୨୦୨୫(ଫାଷ୍ଟ ନ୍ୟୁଜ ଓଡ଼ିଶା /କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ)ଓଡିଶାରୁ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା ଦାଦନ ଶ୍ରମିକ ମାନଙ୍କ ନିତିଦିନିଆ ଘଟଣା ପୁଣି ଥରେ ଭାଲୁଜୋର୍ ଗ୍ରାମରେ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଧନଶୁଲି ଗ୍ରାମପଞ୍ଚାୟତ ଅଧୀନରେ ଥିବା ଭାଲୁଯୋର୍ ଗ୍ରାମର ଜଣେ ବ୍ୟକ୍ତି ଗତ ତିନି ମାସ ପୂର୍ବରେ ହାଇଦ୍ରାବାଦ କୁ କାମକରିବାକୁ ଯାଇଥିଲେ , ନିଜର ପରିବାର ର ଜୀବନ ଜୀବିକା ପାଇଁ କିଛି ପଇସା ରୋଜଗାର ଟିକେ ହେଲେ ଶାନ୍ତିରେ ପରିବାର ଦୁଇ ମୁଠା ଖାଇବେ ଏବଂ ଛଟ ଛଟ ଛୁଆ ଙ୍କ ଭବିଶ୍ଵତ୍ ପାଇଁ କିଛି ଅର୍ଥ ଲାଗିବ ବଳି ସ୍ବପ୍ନ ଥିଲା ,ତାଙ୍କ ଧର୍ମପତ୍ନୀ ସହ ତିନିଜଣ ଛୁଆଙ୍କ ଆଶା ଏବଂ ଭରସା ତାହା ସ୍ବପ୍ନ ରେ ହିଁ ରହିଗଲା । FIRST NEWS ODISHA ରେ ଖବର ପ୍ରସାରଣ ପରେ ସରକାର ଦୃଷ୍ଟି ଦେବେ ବୋଲି ଲୋକଙ୍କ ଆସା ଓ ଭରସା ରହିଛି, ମନେହୁଏ ମନରେଗା ଯୋଜନା ର ବାଟବଣା ପାଇଁ ଦାଦନ ସମସ୍ୟା ଆହୁରି ବୃଦ୍ଧି ହେବାରେ ଲାଗିଛି , ଯାହା ସରକାର ଙ୍କ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ରହିଛି । ଗତକାଲି ସେହି ଦାଦନ ଶ୍ରମିକ ବ୍ୟକ୍ତି କବିଶ ସାନ୍ତା 30 ବର୍ଷ ବୟସ ,ଜଳ ସାନ୍ତା ଙ୍କ ପୁତ୍ର ଙ୍କ କୌଣସି କାରଣ ବଶତଃ ଦେହାନ୍ତ ପରେ ଆଜି ଆମ୍ବୁଲାନ୍ସ ଯୋଗେ ସେହି ଦାଦନ ଶ୍ରମିକ ବ୍ୟକ୍ତି ର ମୃତ ଦେହ ତାର ନିଜ ଜନ୍ମଭୂମି ଭାଳୁଯୋର୍ ରେ ପହଞ୍ଚିଛି । ସରକାର ଙ୍କ ଆଖିଆଗୋରେ ଏହି ସବୁ ସମସ୍ୟା ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଉଛି ହେଲେ ସରକାର ଙ୍କ ଠାରୁ କିଛି ପଦକ୍ଷେପ ହେଉନଥିବା ଜନମହଳରେ ଚର୍ଚ୍ଚିତ ହଉଛି । BJP ସରକାର ଦିଡ଼ିମ୍ବ ପିଟିଥିଲେ ଯେବେ ଆମ ସରକାର ଆସିବ ଓଡ଼ିଶା କୁ ନମ୍ୱର୍ ୱାନ କରି କି ଦେଖେଇ ଦେବା ପାଇଁ ନିଜେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ତାହାର ଫୋଲଫଳ କଣ ଏହା ଥିଲା ଖାଲି ସେତିକି ନୁହଁ , ମୋହନ ସରକାର ଆସିଲା ପରେ ଓଡ଼ିଶା ରେ ଦାଦନ ଶ୍ରମିକ ବୃଦ୍ଧି ହେବାରେ ଲାଗିଛି , ବେକାରୀ ସମସ୍ୟା ଆହୁରି ଦୃତଗତିରେ ବଢୁଛି । ଏହି କଥା ଆମେ କହୁନୁ ଓଡ଼ିଶା ର ଦାଦନ ଶ୍ରମିକ, ବେକାରୀ ଯୁବକ ମାନଙ୍କ ବାର୍ତ୍ତା ଜନମହାଳରେ ପରିପ୍ରକାଶ ମିଳୁଛି , ଏହି ସବୁ ସମସ୍ୟା କୁ ଆଖିଆଗାରେ ରଖି ମୋହନ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
What's Your Reaction?






