ନୂଆପଡାରେ ଶହୀଦ ଦିବସ ପାଳିତ

Jan 30, 2025 - 21:04
 0  18
ନୂଆପଡାରେ ଶହୀଦ ଦିବସ ପାଳିତ

ନୂଆପଡ଼ା, ତା ୩୦.୦୧.୨୫ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଜାନୁଆରୀ ୩୦ ତାରିଖକୁ ଶହୀଦ ଦିବସ ଭାବରେ ସମଗ୍ର ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଆଜି ଦିବା ୧୧ ଘଟିକା ରୁ ୧୧.୦୨ ଘ ପର୍ଯ୍ୟନ୍ତ ଦୁଇ ମିନିଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମ୍ପୂର୍ଣ ନୀରବତା ଅବଲମ୍ବନ କରାଯାଇଥିଲା l ସ୍ମୃତି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଡେପୁଟି କଲେକ୍ଟର ଶେଖ୍ ନସିମ, ଡଃ ସବ୍ୟସାଚୀ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡି ଇ ଜି ଏମ୍ ବିରେନ୍ଦ୍ର ସିଂ ଦଣ୍ଡସେନା ଏଵଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ନୀରବ ରହି ମହାତ୍ମାଗାନ୍ଧୀ ତଥା ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକ୍ , ତହସିଲ, ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ୍ ,ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟରେ ମଧ୍ୟ ଏହି ନିରବ ପ୍ରାର୍ଥନା କରାଯାଇଥିଲା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ