ଗଦ୍ରିଙ୍ଗିଆ ଘାଟିରେ ବାରମ୍ବାର ଦୁର୍ଘଟଣା ହେଉଛି: ଭାରସାମ୍ୟ ହରାଇ ଓଲଟିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ୍

May 17, 2025 - 20:53
 0  13
ଗଦ୍ରିଙ୍ଗିଆ ଘାଟିରେ ବାରମ୍ବାର ଦୁର୍ଘଟଣା ହେଉଛି: ଭାରସାମ୍ୟ ହରାଇ ଓଲଟିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ୍

କନ୍ଧମାଳ: (ଫାଷ୍ଟ ନ୍ୟୁଜ ଓଡିଶା): ଭାରସାମ୍ୟ ହରାଇ ଓଲୋଟିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ୍ । ଏଭଳି ଦୁର୍ଘଟଣା ଘଟିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ଗଦ୍ରଙ୍ଗିଆ ଘାଟିର ଏକ ବୁଲାଣିରେ । ସୂଚନା ମୁତାବକ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକଟି ଖୋର୍ଦ୍ଧା ରୁ ନବରଙ୍ଗପୁର ଯାଉଥିବା ସମୟରେ ଭାରସାମ୍ୟ ହରେଇ ଗଦ୍ରିଙ୍ଗିଆ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ଫଳରେ ଟ୍ରକ ରେ ଥିବା ଥଣ୍ଡା ପାନୀୟ ପେଟି ନଷ୍ଟ ହୋଇଥିବା ବେଳେ ଗାଡ଼ିର ଚାଳକ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଟିର ନଂ.ଓଡି ୦୨ ସିଜି ୩୦୪୪ ଥିବା ଦେଖିବାକୁ ମିଳିଛି। ଖବର ପାଇ ବାଲିଗୁଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ୍ କରିବା ସହିତ ଭଲ ଥିବା ଥଣ୍ଡା ପାନୀୟ ପେଡ଼ିକୁ ଉଦ୍ଧାର କରିବା ସହିତ କିଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି। ଅନ୍ୟ ପକ୍ଷରେ କିଛି ବର୍ଷ ହେବ ୫୯ ନମ୍ବର୍ ଜାତୀୟ ରାଜପଥର ଏହି ଘାଟିରେ ପ୍ରତି ମାସରେ ଗୋଟିଏ ଦୁଇଟି ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଅନେକ ଲୋକଙ୍କ ଟ୍ରକ ଦୁର୍ଘଟଣା ହୋଇ ଧନ ଜୀବନ ନଷ୍ଟ ହୋଇଛି । ବର୍ତ୍ତମାନ ସାଧାରଣତରେ ଚର୍ଚା ଜୋର୍ ଧରିଛି ଯେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଏହି ବୁଲାଣି ଘାଟି ରାସ୍ତାର ପୁନଃ ଉନ୍ନତ କଲେ ଦୁର୍ଘଟଣା ଘଟିବା ହାର ହ୍ରାସ ପାଇବ ବୋଲି କୁହାଯାଉଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ