୨୯୫୦ ଲିଟର ପୋଚ ଓ ୪୫୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

Apr 29, 2025 - 19:46
 0  82
୨୯୫୦ ଲିଟର ପୋଚ ଓ ୪୫୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୯.୦୪.୨୦୨୫ ରିଖ: ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ଡା ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ନେତୃତ୍ୱ ରେ ବିଭାଗୀୟ କର୍ମଚାରୀ ମାନଙ୍କ ସହ,ପାପଡାହାଣ୍ଡି ଅବକାରୀ ଥାନା ଅଧିକାରୀ ବିଙ୍ଗରାଜ ଦାମୀ ତଥା ତାଙ୍କ କର୍ମଚାରୀ ମାନଙ୍କ ସହ ତଥା ପାପଡାହାଣ୍ଡି ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଉମାକାନ୍ତ ଶବର ଓ ତାଙ୍କ କର୍ମଚାରି ମାନଙ୍କ ସହ ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାରିଗୁଡା ଗ୍ରାମ ର ନାଳକୁ ତାଲାସୀ କରିବାରୁ ୨୯୫୦ ଲିଟର ପୋଚ ଓ ୪୫୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରି ଘଟଣା ସ୍ଥଳରେ ପୋଚ, ମଦ, ଡ୍ରମ, ପ୍ଲାଷ୍ଟିକ ଜାରିକେନ ସହ ମୋଟର ଟ୍ୟୁବ ଘଟଣା ସ୍ଥଳରେ ନଷ୍ଟ କରାଗଲା !ବାରିଗୁଡା ଗ୍ରାମ ରୁ ନୁଆଗୁଡା ଗ୍ରାମ ରାସ୍ତା ରେ ବାରିଗୁଡା ର ଜଣେ ଆସାମୀ ଯୋଗେନ୍ଦ୍ର ଜାନି, ନିକଟରୁ ୧୮ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା, ଆସାମୀ କୁ ମାନ୍ୟବର ଏସ୍. ଡି. ଜେ. ଏମ୍. ଙ୍କ ଅଦାଲତ ରେ ହାଜର କରାଗଲା, ଏହି ଚଢ଼ାଉ ରେ ରେଶମା ସୁନା, ସୁଧାଂଶୁ ଶେଖର ବାଗ, ଆକ୍ରମ ଖାନ, କାଳିମଣି ମୁଦୁଲି ଓ ପ୍ରସାଦ ବଳବନ୍ତରାଏ ସହ ଯୋଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 1
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ