।। ବର୍ଷା ଦିନେ ବ୍ୟାପୁଥିବା ସଂକ୍ରମଣ କୁ ନେଇ ଅଙ୍ଗନବାଡି,ଆଷା କର୍ମୀ, ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନ ବାର୍ତ୍ତା ।

କୋରାପୁଟ ଜିଲ୍ଲା, ଦାମୋନଯୋଡି ନିକଟସ୍ଥ, ଭେଜପୁଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଆଜି ବର୍ଷା ଦିନରେ ବ୍ୟାପୁଥିବା ଝାଡା ବାନ୍ତି କୁ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ତଥା ହାତ ଧଇବା, ଓୟାରେସ୍ ପ୍ରସ୍ତୁତି ପ୍ରଣାଳୀ ଏପରି ଅନେକ ଗୁଡ଼ାଏ ସତର୍କ ବାର୍ତ୍ତା କରାଇଥିବା ଦେଖିବାକୁ ମିଳିଛି । ଏଠାରେ ଉପସ୍ଥିତ ଥିଲେ ଆଷାକର୍ମୀ ସୁନୀତା ନାହକ , ସୀତା ଦିଦି ଏବଂ ଶିକ୍ଷୟିତ୍ରୀ ସେଫାଳିକା ପଟ୍ଟନାୟକ , ତପସ୍ୱନୀ ପତି , ଭାରତୀ ସେଠୀ ଏବଂ ବିଦ୍ୟାଳୟର୍ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।
ଦାମୋନଯୋଡି ରୁ ଭାରତୀ ମିଶ୍ରଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






