।। ବିଶିଷ୍ଠ କୀର୍ତ୍ତନ ଗାୟକ କୁଳମଣି ରାଉତ ଆଉ ନାହାନ୍ତି ।

Aug 5, 2024 - 22:36
 0  143
।। ବିଶିଷ୍ଠ କୀର୍ତ୍ତନ ଗାୟକ କୁଳମଣି ରାଉତ ଆଉ ନାହାନ୍ତି ।

ଯାଜପୁର ,ବରୀ ବ୍ଲକ ର ଜଣାଶୁଣା ଓ ସୁପରିଚିତ କୀର୍ତ୍ତନ ଗାୟକ କିମ୍ଭିରିଆପାଳ ପଂଚାୟତ ର ବିଶିଷ୍ଟ ମୂରବୀ ଗାୟକ ବାଚସ୍ପତି କୁଳମଣି ରାଉତ ଙ୍କ ଦେହାନ୍ତ ହୋଇଛି । ହୃଦଘାତ୍ ଯୋଗୁ ତାଙ୍କର ମୃତ ଘଟିଥିବା ଜଣାପଡିଛି। ମୃତ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କର ଅସମୟ ମୃତ୍ୟୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି ଓ ବରୀ ବ୍ଲକ ଏକ ସୁଯୋଗ୍ୟ କୀର୍ତ୍ତନ ଗାୟକ ଙ୍କୁ ହରାଇଲା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । ପଂଚାୟତ ବାସୀ ଓ ଅନ୍ୟ ସହଯୋଗୀ କଳାକାର ମାନେ ଆଜି ସ୍ବର୍ଗତ ରାଉତ ଙ୍କ ମର ଶରୀର କୁ ଏକ ବିଶାଳ କୀର୍ତ୍ତନ ମାଧ୍ୟମରେ ପଂଚାୟତ ପରିକ୍ରମା କରି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଗ୍ରାମର ମଶାଣି ରେ ପୁତ୍ର ଚିନ୍ତାମଣି ଓ ପରିବାର , ସମ୍ପର୍କୀୟ ଙ୍କ ଦ୍ଵାରା ଶେଷ କୃତ୍ୟ ସମାପନ ହୋଇଅଛି । ତାଙ୍କର ବିୟୋଗରେ ପଂଚାୟତ ସରପଂଚ ହରପ୍ରିୟା ସାହୁ , ସମିତି ସଭ୍ୟ , ପୂର୍ବତନ ସରପଂଚ ବିଭୂତି ସାହୁ , ଶିକ୍ଷକ ମନୋଜ କୁମାର ସାହୁ , ମାଳଦା ବଜାର କମିଟି , ଶଙ୍କାରିଗଡା ବଜାର କମିଟି , ନବ ଭାରତୀ ବିଦ୍ୟାଭବନ ପୁରାତନ ଛାତ୍ର ସଂଘ ର ସମସ୍ତ ସଦସ୍ୟ ଙ୍କ ସମେତ ବହୁ ଅନୁଷ୍ଠାନ , ରାଜନୈତିକ ବ୍ୟକ୍ତିତ୍ଵ , କଳାକାର , କୀର୍ତ୍ତନ ଅନୁଷ୍ଠାନ ପ୍ରମୁଖ ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ବହୁ ବର୍ଷ ଧରି ରାଧାଗୋବିନ୍ଦ କୀର୍ତ୍ତନ ଅନୁଷ୍ଠାନ ରେ ମୁଖ୍ୟ ଗାୟକ ମଙ୍ଗ ଧରି ହରି ନାମ କି ପ୍ରସାର ପ୍ରଚାର କରି ଆସୁଥିବା ସ୍ବର୍ଗତ ରାଉତ ଙ୍କ ପାଇଁ ଆଜି ସ୍ଥାନୀୟ ଅଞ୍ଚଳ ରେ ବହୁ କୀର୍ତ୍ତନ ଗାୟକ ଅନବରତ ସେବା କାର୍ୟ୍ୟ କରି ଆସୁଛନ୍ତି ଓ ଖାଲି ଜିଲ୍ଲା ନୁହେଁ ରାଜ୍ୟ ବାହାରେ ଏହି ଅନୁଷ୍ଠାନ ବେଶ ଆଦୃତ ଲାଭ କରିଛି । ସୁ ମଧୁର ସ୍ୱର ସାଙ୍ଗକୁ ଓଡ଼ିଶୀ କୀର୍ତ୍ତନ ରେ ବେଶ ପ୍ରବୀଣ ଥିବା ସ୍ବର୍ଗତ ରାଉତ ଙ୍କୁ ଲୋକେ କୂଳିଆ ଦାଦା ବୋଲି ଡାକିଥାନ୍ତି । ହେଲେ ଏହି ଡାକ ଆଜିଠୁ ଆଉ ଶୁଭା ଜୀବନୀ ବୋଲି ଶିକ୍ଷକ ମନୋଜ ସାହୁ ସୂଚନା ଦେଇଛନ୍ତି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ