ଭିଭିନ୍ନ ସମସ୍ୟା ନେଇ ଡିଇଓ ଅଫିସ ଘେରିଲେ ଭୋକେସନାଲ ଶିକ୍ଷକ ସଙ୍ଘ

ନୂଆପଡା :(କୋରାପୁଟ ପ୍ରଥମ ଖବର) ନୂଆପଡା ଜ଼ିଲ୍ଲାର ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଧନ୍ଦାମୂଳକ ଶିକ୍ଷକମାନେ ଚାକିରୀ ନିୟମୀତ କରିବା ଓ ବିଭିନ୍ନ ଦାବି ନେଇ ନୂଆପଡା ଜ଼ିଲ୍ଲା ଭୋକେସନାଲ ଟ୍ରେନର ଆସୋସିଏସନ ସଭାପତି ସ୍ନେହାଶିଷ ନାଏକଙ୍କ ତତ୍ଵାଧାନରେ ସ୍ଥାନୀୟ ମିନିଷ୍ଟାଡିଅମଠାରୁ ଏକ ଶୋଭାଯାତ୍ରା ବାହାରି ଜ଼ିଲ୍ଲା ଶିକ୍ଷ୍l ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ଡିଇଓ ଅଫିସ ଘେରାଉ କରିଥିଲେ l ବହୁ ସମୟ ଧରି ନାରା ବାଜି କରିବା ପରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜ଼ିଲ୍ଲା ଶିକ୍ଷl ଅଧିକାରୀ ଫୁଳମଣୀ ମୁର୍ମୁଙ୍କୁ ପ୍ରଦାନ କରିଥିଲେ l ଦାବିଅନୁସାରେ ବର୍ତମାନ ସରକାର 5ଟି ଯୋଜନାରେ ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ସାମିଲ କରି ସେଠାରେ ଭୋକେସନାଲ ଟ୍ରେନରମାନକୁ ନିଯୁକ୍ତି ଦିଆଯାଇଛି l ଏହାଦ୍ୱାରା ବେକାର ଯୁବକଯୁବତୀ ମାନେ ରୋଜଗାର ପାଉଛନ୍ତି l ମାତ୍ର ନିର୍ଦ୍ଧିରୀତ କାର୍ଯ୍ୟ ପଲିସି ଅନୁସାରେ ସେମାନଙ୍କୁ କାମ କରିବା ସମୟରେ ଆର୍ଥିକ ଓ ମାନସିକ ସ୍ତରରେ ନିର୍ଯାତନାର ଶିକାର ହେବାକୁ ପଡୁଛି l ଏହା ସହ ସେମାନଙ୍କୁ ଅନ୍ୟ ଶିକ୍ଷକଙ୍କ ଭଳି ମର୍ଯ୍ୟଦା ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି l ଏହା ଉପରେ ସରକାର ତୁରନ୍ତ ପଦକ୍ଷପ ନେବାକୁ ଦାବି କରାଯlଇଛି ଏହି ଘେରାଉରେ ରାଜ୍ୟ ସହସମ୍ପlଦକ ଶାନ୍ତନୁ ଷଡ଼ଙ୍ଗୀଙ୍କ ସମେତ ଜ଼ିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର କାର୍ଯ୍ୟରତ ଟ୍ରେନର ଉପସ୍ଥିତ ଥିଲେ l
ନୂପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






