ବାରିପଦାରେ ଆଧ୍ୟାତ୍ମିକ ଓଡ଼ିଆ ଚଳଚିତ୍ର "ଶ୍ରୀଜଗନ୍ନାଥଙ୍କ ନବକଳେବର" ର ଟିମ

Jul 28, 2025 - 19:03
 0  65
ବାରିପଦାରେ ଆଧ୍ୟାତ୍ମିକ ଓଡ଼ିଆ ଚଳଚିତ୍ର "ଶ୍ରୀଜଗନ୍ନାଥଙ୍କ ନବକଳେବର" ର ଟିମ

ବାରିପଦା - ତା:- ୨୮/୦୭/୨୦୨୫ ରିଖ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ଆଶୀର୍ବାଦରେ ପବିତ୍ର ବାହୁଡା଼ଯାତ୍ରାରେ ରିଲିଜ ହୋଇଥିବା ଆଧ୍ୟାତ୍ମିକ ଓଡିଆ ଚଳଚିତ୍ର "ଶ୍ରୀଜଗନ୍ନାଥଙ୍କ ନବକଳେବର" ର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ସୌଭାଗ୍ୟଲଷ୍ମୀ ଜେନା (ବିନି )ଙ୍କ ସହ ଚଳଚିତ୍ରର ଗଜପତି ଶ୍ରୀରାମଚନ୍ଦ୍ର ଭୂମିକାରେ ଅଭିନୟ କରୁଥିବା ଜ୍ୟୋତିରଞ୍ଜନ ନାୟକଙ୍କ ସମେତ ଅଙ୍କିତ, ଅଭିନେତ୍ରୀ ସିମରନ ସ୍ଥାନୀୟ ରକ୍ସି ସିନେମା ହଲରେ ରବିବାର ଦିନ ଉପସ୍ଥିତ ରହି ଦର୍ଶକଙ୍କ ସହ ଚଳଚିତ୍ରକୁ ଉପଭୋଗ କରିଥିଲେ I

ବାରିପଦାରେ "ଶ୍ରୀଜଗନ୍ନାଥଙ୍କ ନବକଳେବର" ଟିମ ପହଁଚି ପ୍ରଥମେ ଶ୍ରୀହରି ବଳଦେବଜୀଉ ଙ୍କ ମନ୍ଦିର ପୂଜା ଅର୍ଚନା କରିବା ପରେ ମା ଅମ୍ବିକା, ପୁରୁଣା ହାଟସାହି ସ୍ଥିତ ବଡ଼ଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ, ସହରସାହି ଓ ଭୁଗୁଡ଼ାକଟା ସ୍ଥିତ ଶ୍ରୀ ଶିରଡ଼ି ସାଇ ମନ୍ଦିର ଯାଇ ପୂଜା ଅର୍ଚନା କରିବା ସହ ଶ୍ରୀଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର କରୁଥିବା ଏହି ଚଳଚିତ୍ରକୁ ସମସ୍ତେ ଦେଖିବାକୁ ଅନୁରୋଧ କରିଥିଲେ l ଶ୍ରୀଜଗନ୍ନାଥଙ୍କ ନବକଳେବର କାହିଁକି, କେବେଠାରୁ ଓ କେଉଁ ପରିସ୍ଥିତିରେ ଶ୍ରୀମନ୍ଦିରରେ ହୋଇଥିଲା ତାହାରି ଉପରେ ଆଧାରିତ ଏହି ଚଳଚିତ୍ରଟି ବୋଲି ପ୍ରଯୋଜିକା ତଥା ନିର୍ଦ୍ଦେଶିକା ସୌଭାଗ୍ୟଲଷ୍ମୀ ଜେନା ପ୍ରକାଶ କରିଥିଲେ I

 ଗୌର ଦାସ ଗିରିଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ