ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ବିଧୂଭୂଷଣ ମିଶ୍ରଙ୍କ କାର୍ଯ୍ୟରେ ଯୋଗଦାନ

Jul 28, 2025 - 19:51
 0  16
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ବିଧୂଭୂଷଣ ମିଶ୍ରଙ୍କ କାର୍ଯ୍ୟରେ ଯୋଗଦାନ

ବାରିପଦା ୨୮/୦୭: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରଫେସର ବିଧୂଭୂଷଣ ମିଶ୍ର ଭାରପ୍ରାପ୍ତ କୁଳପତି ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଫେସର ମିଶ୍ରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସର୍ବପ୍ରଥମେ କୁଳପତି ପ୍ରଫେସର ମିଶ୍ର ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, କୁଳସଚିବ ସୁଶ୍ରୀ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ଓ ଅନ୍ୟ କର୍ମକର୍ତ୍ତାଗଣ ପୁଷ୍ପଗୁଚ୍ଛ ଦେଇ କୁଳପତି ପ୍ରଫେସର ମିଶ୍ରଙ୍କୁ ସ୍ୱାଗତ କରିଥିଲେ । ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ସଭାପତି ପ୍ରଫେସର ଏମ୍‌. ହିମବିନ୍ଦୁ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ପ୍ରଫେସର ମିଶ୍ରଙ୍କୁ ସ୍ୱାଗତ କରିଥିଲେ । ତା ପରେ କୁଳପତି କ୍ୟାମ୍ପସ ପରିଭ୍ରମଣ କରିବା ସହ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଙ୍କ ସହ ଭାବ ବିନିମୟ କରି ନିଜ ବକ୍ତବ୍ୟରେ ଗତ ୧୦ ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଅଦ୍ଭୁତପୂର୍ବ ଉନ୍ନତି ସାଧନ କରିଛି ବୋଲି କହିବା ସହ ଆଗାମୀ ଦିନରେ ଏହି ଉନ୍ନତିର ଧାରାକୁ ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

 ଗୌର ଦାସ ଗିରିଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ