ହର୍ଷୋଲ୍ଲାସରେ ଉଦ୍ଘାଟିତ ହେଲା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ବିକାଶ ମେଳା

Sep 23, 2024 - 15:31
 0  35
ହର୍ଷୋଲ୍ଲାସରେ ଉଦ୍ଘାଟିତ ହେଲା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ବିକାଶ ମେଳା

ବାରିପଦା: ୨୨-୦୯-୨୦୨୪: ମୟୂରଭଞ୍ଜର ବାରିପଦା ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳାକୁ ରବିବାର ଅପରାହ୍ନରେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ୧୦୦ ଦିନର ପୂର୍ତ୍ତିରେ ଆୟୋଜିତ ଏହି ବିକାଶ ମେଳା ବାରିପଦା ଛଉ ପଡିଆ ଠାରେ ମହାସମାରୋହ ଏବଂ ହର୍ଷୋଲ୍ଲାସରେ ପାଳିତ ହୋଇଛି । ରାଜ୍ୟରେ ନୂତନ ସରକାର ଗଠନ ପରେ ୧୦୦ ଦିନ ମଧ୍ୟରେ ମୟୂରଭଞ୍ଜରେ ହୋଇଥିବା ବିକାଶୋନ୍ମୁଖୀ କାର୍ଯ୍ୟକ୍ରମ ଏବଂ ଜନମଙ୍ଗଳକାରୀ ଯୋଜନାକୁ ଅଧିକ ରୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସରେ ଏହି ବିକାଶ ମେଳାର ଶୁଭ ଆୟୋଜନ ହୋଇଥିଲା ଏବଂ ଏହା ଆଗାମୀ ୨ଦିନ ଯାଏଁ ଚାଲିବ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, ରାଜ୍ୟସଭା, ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ସାଂସଦ, ଲୋକସଭା, ଶ୍ରୀଯୁକ୍ତ ନବ ଚରଣ ମାଝୀ, ମାନ୍ୟବର ବିଧାୟକ, ଉଦଳା, ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, ବାରିପଦା,ଶ୍ରଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ବଡ଼ସାହି, ଶ୍ରୀଯୁକ୍ତ ସନାତନ ବିଜୁଳି, ମାନ୍ୟବର ବିଧାୟକ, ସାରସକଣା ଶ୍ରୀଯୁକ୍ତ ଭାଦବ ହାଁସଦା ମାନ୍ୟବର ବିଧାୟକ, କରଞ୍ଜିଆ, ଶ୍ରୀଯୁକ୍ତ ପଦ୍ମ ଚରଣ ହାଇବୁରୁ, ମାନ୍ୟବର ବିଧାୟକ, ରାଇରଙ୍ଗପୁର ଶ୍ରୀଯୁକ୍ତ ଜଲେନ ବାରଦା, ବିଧାୟିକା ବାଙ୍ଗିରୀ ପୋଷି,ସଞ୍ଜଳୀ ମୁର୍ମୁ,ପ୍ରମୁଖ ଯୋଗଦେଇ ସଭାକୁ ସଫଳ କରିଥିଲେ । ସୂନ ଥାଉକି, ଆଜିର ଏହି ବିକାଶ ମେଳା କାର୍ଯ୍କ୍ରେ ମାନ୍ବ ମୁଖନ ଚରଣ ମାଝୀ ମହୋଦୟ ଯୋଗ ଦେଇ ଉଦ୍ଘାଟନ କରିବାର ନିର୍ଦ୍ଧାରଣ ଥିଲା କିନ୍ତୁ ସାମୟିକ ଅସୁବିଧା ଦୃଷ୍ଟିରୁ ମୟୂରଭଞ୍ଜ ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ହୋଇ ପାରିଲା ନାହିଁ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ