।। ମୋ ଓଡ଼ିଶା ନବିନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

Feb 9, 2024 - 13:52
 0  158
।। ମୋ ଓଡ଼ିଶା ନବିନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

ମୋ ଓଡିଶା, ନବୀନ ଓଡିଶା ମାଧ୍ୟମରେ, ସରକାରଙ୍କ ପ୍ରୟାସ ଭିତ୍ତିରେ ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ଲୁପ୍ତ ସଂସ୍କୃତି, ମହିଳା ସଶକ୍ତିକରଣ, ବିଭିନ୍ନ ରୁପାନ୍ତୀକରଣ ତଥା ବିକାଶର ବାର୍ତ୍ତା ଦେବା ପାଇଁ, ଆଜି ରାୟଗଡା ଜିଲ୍ଲାରେ " ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର "ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ର ମୁନିଗୁଡା ପଞ୍ଚାୟତରେ କିନ୍ତୁ ପୂର୍ବାପେକ୍ଷା ଅନ୍ୟ 16 ଟି ପଂଚାୟତ ଠାରୁ, ଏହି କାର୍ଯ୍ୟକ୍ରମ, ଆନନ୍ଦଉଲ୍ହାସ ସହ,ବହୁ ମାତ୍ରାରେ ଜନଗହଳି ଦେଖିବାକୁ ମିଳିଥିଲା. ଲୋକଙ୍କ ସ୍ୱାଗତଯୋଗ୍ୟ ହେବା ସହ କାର୍ଯ୍ୟକ୍ରମଟି ଉଚ୍ଚକୋଟିର ହୋଇଥିଲା. ଆଗ ଭଳି କାର୍ଯ୍ୟକ୍ରମରେ B. J. D.ର ଦଳୀୟ ନେତା କର୍ମୀ ଏବଂ ଦଳୀୟ ଚିହ୍ନରେ ସଜା ହୋଇଥିବା ଷ୍ଟେଜ ଦେଖିବାକୁ ମିଲି ଥିଲା.ଯାହା ସ୍ୱଷ୍ଟ ବାରି ହୋଇପଡୁଥିଲା ଯେ, ପୂର୍ବରୁ ପ୍ରାୟୋଜିତ ଦଳୀୟ କାର୍ଯ୍ୟକ୍ରମମାନ ହେଉଥିଲା.ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ, ସରସ୍ବତୀ ଶବର, ମୁଖ୍ୟ ବକ୍ତା ସ୍ଥାନୀୟ B. D. O., ପ୍ରିତମ କୁମାର ତନ୍ତୀ,ସମ୍ମାନିତ ଅତିଥି ସ୍ଥାନୀୟ C. D. P. O. ଡାଳିମ୍ବ ନାଏକ ଙ୍କ ସହ G. P. O., ପ୍ରତ୍ୟେକ ପଞ୍ଚାୟତର ସମିତି ମେମ୍ବର , ସରପଞ୍ଚ, ଓ ୱାର୍ଡ ମେମ୍ବର ମାନେ ଉପସ୍ଥିତ ଥିବା ବେଳେ, ମୁନିଗୁଡା ପଞ୍ଚାୟତର P. E. O. ସୁନୀଲ ଯାଦବ, କାର୍ଯ୍ୟକ୍ରମଟିକୁ ଆଗକୁ ନେଇଥିବା ପରିଚାଳନା କରି ଥିବା ବେଳେ, ଜି.ଆର୍,ଏସ, ଗୋପାଳ କରକରିଆ, ଯୋଗାଣ ସହାୟକ ବିପିନ ବଛା, ଶିବମାଝୀ ଓ ଦୟାନିଧି ମାଦଳା, ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି, ଆଜିର କାର୍ଯ୍ୟକ୍ରମରେ ଲୋକପ୍ରତିନିଧି ମାନଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା, ଓ ସେହି ଭଳି ସରକାର ପୂର୍ବରୁ ଲୋକପ୍ରତିନିଧି ମାନଙ୍କୁ ଉପେକ୍ଷା କରି,25 ବର୍ଷର କାର୍ଯ୍ୟକ୍ରମ ଗୁଡିକୁ ପ୍ରଚାର ଓ ପ୍ରସାର କରୁଥିବାବେଳେ ପ୍ରତ୍ୟେକ ପଞ୍ଚାୟତ ର ଜନ ସାଧାରଣ ବିଭିନ୍ନ କୋଣ ଅନୁକୋଣରୁ ଆସି ଯୋଗ ଦାନ ଦେଇଥିବା ବେଳେ। ଅନ୍ୟପକ୍ଷରେ ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ସଂଗୀତ କଳା ସାସ୍କୃତି ନାଚ ଗିତ ମାଧ୍ୟମରେ ନିଜ ନିଜ କଳା ପରି ବେଷଣ କରି ଲୋକ ମାନଙ୍କୁ ସଚେତନ ବାର୍ତ୍ତା ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ, ବ୍ଲକ ପ୍ରଶାସନର ହୋଇ ଥିବା ପ୍ରତ୍ୟେକ ପଞ୍ଚାୟତର ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ମନ ମୁଖି ଓ ସରକାର ଙ୍କ ତରଫରୁ ପ୍ରତ୍ୟେକ ପଞ୍ଚାୟତର ମିଟିଙ୍ଗ୍ ନିମନ୍ତେ ଠିକ୍ ବିନିଯୋଗ ଖର୍ଚ୍ଚକରିବାକୁ ଦିଆଯାଇଥିବା ବେଳେ ଏଥିରେ ଅନୁଦାନ ରାସି ଟଙ୍କା ଠିକ୍ ଭାବରେ ବିନିଯୋଗ ହୋଇ ନଥିବା ବିଷୟ ସବୁ ,ବଡଘର ଗୁମର କଥା ଯେମିତି ନ ଖୁଲୁ ସେଥିପାଇଁ ବ୍ଲକ ପ୍ରଶାସନ ତରଫରୁ ଯୋର୍ ଦାର୍ ପ୍ରୟାସ କରି ବଛା ବଛି ଛବିଦେଖି ଆମନ୍ତ୍ରିତ କରିଥିବା, ସାଧାରଣ କିଛି, ବ୍ୟକ୍ତିବିଶେଷଙ୍କୁ ପ୍ରିୟ ଭାର୍ଯ୍ୟନ ମନେ କରି ସୁହାଇଲା ପରି ଢ଼କଣି ଓ ମାନପତ୍ର ସହ ସନ୍ମାନୀତ କରି ଥିବା ନେଇ ସାଧାରଣ ରେ ଟୁପୁରୁ ଫୁସୁରୁ ଆଲୋଚନା ହେଉଛି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ