।। ଆଶ୍ରମ ବିଦ୍ୟାଳୟ ବୁଡୁବାଲିର ଶିକ୍ଷକ ସ୍କୁଲ ରୋଷେୟା ଙ୍କୁ ଶାରୀରିକ ସୁଖଭୋଗ ଦୁଷ୍କର୍ମର ଅଭିଯୋଗ:ଦୁଷ୍କର୍ମର ଶିକାର ହୋଇ ଥିବା ରୋଷେୟା ମହିଳା ନ୍ୟାୟ ମିଳୁ ବୋଲି ପ୍ରତିକ୍ରିୟା ରଖିଲେ ଗଣମାଧ୍ୟମ ଆଗରେ ।।

Sep 23, 2024 - 15:40
 0  9
।।  ଆଶ୍ରମ ବିଦ୍ୟାଳୟ ବୁଡୁବାଲିର ଶିକ୍ଷକ ସ୍କୁଲ ରୋଷେୟା ଙ୍କୁ ଶାରୀରିକ ସୁଖଭୋଗ  ଦୁଷ୍କର୍ମର ଅଭିଯୋଗ:ଦୁଷ୍କର୍ମର ଶିକାର ହୋଇ ଥିବା ରୋଷେୟା  ମହିଳା ନ୍ୟାୟ ମିଳୁ ବୋଲି ପ୍ରତିକ୍ରିୟା ରଖିଲେ  ଗଣମାଧ୍ୟମ ଆଗରେ ।।

ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଵୁଡୁବାଲି ଗ୍ରାମ ପଞ୍ଚାୟତ ଗ୍ରାମ ଠାରେ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଙ୍କ ବିରୋଧରେ ଶାରୀରିକ ସୁଖଭୋଗ ବଳାତ୍କାର ମାନସିକ ଦୁଷ୍କର୍ମ ର ଅଭିଯୋଗ ଆଣିଛନ୍ତି। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ପଞ୍ଚାୟତ ସଦର ମହୁକୁମା ଆଶ୍ରମ ବିଦ୍ୟାଳୟର ଚତୃର୍ଥ ଶ୍ରେଣୀ ମହିଳା କର୍ମଚାରୀ ସ୍କୁଲ ରେଷେୟା l ଆଶ୍ରମ ସ୍କୁଲ ର ସହକାରୀ ଶିକ୍ଷକ ଶ୍ରୀ ରାମ ଚନ୍ଦ୍ର ପାଢ଼ୀ ଙ୍କ ବିରୋଧରେ ଚନ୍ଦ୍ରପୁର ପୋଲିସ ଥାନାରେ ଚଳିତ ମାସ 16/09/24ତାରିଖ ରେ ସ୍କୁଲ ରୋଷେଇୟା କର୍ମଚାରୀ ଏତଲା ଦେଇଥିଲେ l ଚନ୍ଦ୍ରପୁର ପୋଲିସ ଥାନା ଆଇଆଇସି ଏ ଯାଏ ରାମ ପାଢିଙ୍କୁ ଗିରଫ୍ କରାଯାଇନଥିବା ଦୁଷ୍କର୍ମ ରେ ଶିକାର ହୋଇଥିଵା ମହିଳା ରୋଷେୟା କର୍ମଚାରୀ ଙ୍କ ଏତଲା ଅନୁଯାଇ ଆଶ୍ରମ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ରାମ ଚନ୍ଦ୍ର ପାଢ଼ୀ ଗତ କିଛି ମାସରେ ତାଙ୍କୁ ବଳାତ୍କାର ଦୁଷ୍କର୍ମ କରିଥିଲେ l ଏ ସମ୍ପର୍କ ରେ କାହାକୁ କିଛି କହିଲେ ବଦନାମ କରିଦେବେ ବୋଲି ନାନା ଧମକ ଚମକ ଦେଇ ରୋଷେୟା ଙ୍କୁ ଡରେଇ ଆସୁଥିଲେ l ଲୋକ ଲଜ୍ୟା ଭୟରେ ବାରମ୍ବାର ଦୁଷ୍କର୍ମ ପରେ ମଧ୍ୟ ଥାନାରେ ଅଭିଯୋଗ କରି ପାରୁନ ଥିଲେ ସ୍କୁଲ ମହିଳା ରୋଷେୟା l ଏହା ପରେବି ଶିକ୍ଷକ ଶ୍ରୀ ରାମ ଚନ୍ଦ୍ର ପାଢ଼ୀ ଦୁଷ୍କର୍ମ ନିର୍ଯ୍ୟାତନା ଦେଉଥିଲେ ରୋଷେଇୟା ମହିଳା ଙ୍କୁ। ଏହି ସଂକ୍ରାନ୍ତରେ ଖବରକାଗଜ ପ୍ରକାଶିତ ହେବାପରେ ବୁଡୁବାଲି ଆଶ୍ରମ ବିଦ୍ୟାଳୟ ର ସମ୍ପୃକ୍ତ ରାମ ଚନ୍ଦ୍ର ପାଢ଼ୀ ଶିକ୍ଷକଙ୍କୁ ଜିଲ୍ଲା ପାଳ ଙ୍କ ନିର୍ଦେଶ ଅନୁଯାୟୀ ତଦନ୍ତ କରିବା ସହ ନିଲମ୍ବନ କରାଯାଇଥିବା ଜଣାପଡିଛି । ନିଲମ୍ବନ କଲେ ଏହାର ସମାଧାନ ହେବନାହିଁ ନ୍ୟାୟ ମୋତେ ଦରକାର ଓ ଦୁଷ୍କର୍ମ କରିଥବା ଶିକ୍ଷକ ରାମ ଚନ୍ଦ୍ର ପାଢିଙ୍କୁ ପୋଲିସ ଯୋଥା ଶିଘ୍ର ଗିରଫ୍ କରିବା ସହ ଉଚିତ୍ ଦଣ୍ଡ ଦିଆଯାଉ ଓ ଏଭଳି ଶିକ୍ଷକଙ୍କୁ ଚାକିରୀରୁ ସବୁଦିନ ପାଇଁ ବହିଷ୍କାର କରାଯାଉ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ