।। ସୁରଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଜନ୍ମମାଟିକୁ ମରଶରୀର ଫେରାଇ ଆଣିଲା ଜିଲ୍ଲା ପ୍ରଶାସନ l।

ସୁଦୂର ସୁରଟରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ହୃଦଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ଜନ୍ମମାଟିକୁ ମରଶରୀରକୁ ଫେରାଇ ଆଣିଛି ଜିଲ୍ଲା ପ୍ରଶାସନ ।ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳାଇ ସୁଦୂର ସୁରଟରେ ସୂତା କଳରେ କାର୍ଯ୍ୟରତ ଥିଲେ । ଗତ ୧୯ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକ ସ୍ଥାନୀୟ ବ୍ଲକ୍ ପ୍ରଶାସନକୁ ନିବେଦନ କରୁଥିଲେ । ଜିତେନ୍ଦ୍ରଙ୍କ ମରଶରୀରକୁ ଜନ୍ମମାଟିକୁ ଆଣିବା ପାଇଁ ସ୍ଥାନୀୟ ବିଡ଼ିଓ ଜିଲ୍ଲାପାଳଙ୍କ ସହ କଥା ହୋଇ ରେଡ୍କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିବାରୁ ମରଶରୀର ଗାଁରେ ପହଞ୍ଚିଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
What's Your Reaction?






