ଶିକ୍ଷକ ନେତା ଗଣେଶ୍ୱର ପଣ୍ଡାଙ୍କ ବିୟୋଗ

Apr 23, 2025 - 18:53
 0  21
1 / 1

1.

ଶିକ୍ଷକ ନେତା ଗଣେଶ୍ୱର ପଣ୍ଡାଙ୍କ ବିୟୋଗ 

---------------------------------------------

ବାରିପଦା - ତା :- ୨୩/୦୪/୨୦୨୪ ରିଖ ମୟୁରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ତଥା ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନର ବର୍ଷିଆନ ଶିକ୍ଷକ ନେତା ସ୍ବର୍ଗତ ଗଣେଶ୍ୱର ପଣ୍ଡା ଗତକାଲି ୯୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ତାଙ୍କ ମୃତ୍ୟୁ ଶିକ୍ଷକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ତଥା ତାଙ୍କ ଅବଦାନ ଶିକ୍ଷକ ସମାଜ କେବେ ଭୁଲି ପାରିବ ନାହିଁ ବୋଲି ପୂର୍ବତନ ଜିଲ୍ଲା ସମ୍ପାଦକ ଶମ୍ଭୁନାଥ ପାଣି ପ୍ରକାଶ କରିଛନ୍ତି I ଯେଉଁ ସମୟରେ ଓଡ଼ିଶାର ଶିକ୍ଷକ ସମସ୍ତ ପ୍ରକାର ସୁବିଧାରୁ ବଂଚିତ ଥିଲା ସେହି ସମୟରେ ତାଙ୍କର ବଳିଷ୍ଠ ନେତୃତ୍ୱ ଯୋଗୁଁ ଶିକ୍ଷକ ସମାଜ ଉପକୃତ ହୋଇପାରିଥିଲା ବୋଲି ପୂର୍ବତନ ଜିଲ୍ଲା ସମ୍ପାଦକ ଶିବ ପ୍ରସାଦ ମହାପାତ୍ର ଜଣାଇଛନ୍ତି I ମୃତ୍ୟୁ ଖବର ପାଇ ତାଙ୍କ ତୁଳସୀଚଉରା ସ୍ଥିତ ବାସଭବନକୁ ଯାଇ ବହୁ ଶିକ୍ଷକ / ଶିକ୍ଷୟତ୍ରୀ ଶେଷ ଦର୍ଶନ କରିଥିଲେ I ଶିକ୍ଷକ ନେତା ବିମଳ କୁମାର ଆଚାର୍ଯ୍ୟ, ଆରତ କୁମାର ପରିଡା, ବଳରାମ ନାଥ, ସୋମନାଥ ସିଂହ ତଥା କମଳ ମହାକୁଡ଼, ଅସୀମ ଚକ୍ରବର୍ତ୍ତୀ ତାଙ୍କର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି ପ୍ରକାଶ କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ