।। ରାଜ୍ୟ-କେନ୍ଦ୍ରର ଦାୟିତ୍ବ ଭିତରେ ଲୁଚି ଯାଉଛି ରତ୍ନଗିରିର ବିକାଶ ।।
ବରୀ ବ୍ଲକ ଅନ୍ତର୍ଗତ ରତ୍ନଗିରିଠାରେ ଥିବା ବୌଦ୍ଧଜିତୀରାଜିକୁ ଦେଖୁବାକୁ ରାଜ ଦେଶ ଓ ବାହାରୁ ପର୍ଯ୍ୟଟକ, ବୌଦ୍ଧ ଧର୍ମାବଲମ୍ ତଥା ବୌଦ୍ଧ ଗବେଷକମାନେ ଏଠାକୁ ଆସିଥା'ନ୍ତି । ସେ ସେହିପରି ଶୀତଋତୁରେ ବନବିହାର ପାଇଁ ଓଡ଼ିଶାର ବିଭିନ୍ନ ସ୍କୁଲ କଲେଜରୁ ଛାତ୍ରଛାତ୍ରୀମାନଙ୍କର ଏଠାକୁ ସୁଅ ଛୁଟିଥାଏ I ମାତ୍ର ବିଶ୍ବ ପ୍ରସିଦ୍ଧ ଏହି ପର୍ଯ୍ୟଟନ କ୍ଷେତ୍ର ଦୁଇ ଘରର କୁଣିଆ ଉପାସ ରହିବା ନ୍ୟାୟରେ ରାଜ୍ୟ ଓ କେନ୍ଦ୍ରର ଦାୟିତ୍ବ ଭିତରେ ଏହାର ବିକାଶ ଆଖ୍ ଦୃଶିଆ ନହେବା ଦେଖିବାକୁ ମିଳେ। ଦକ୍ଷତ ଏହି ପର୍ଯ୍ୟଟନ କ୍ଷେତ୍ରରେ ବୁଦ୍ଧଦେବଙ୍କ ବ୍ୟବହୃତ ଜିନିଷ ପତ୍ରକୁ ନେଇ ରହିଥିବା ସଂଗ୍ରାହଳୟ ବୌଦ୍ଧ କୀର୍ତ୍ତିରାଜି ସମୂହରେ ରହିଥିବା ଦରବାର ଗୃହ ବିଶେଷ କରି ପାହାଡର ସମଗ୍ର ଅଞ୍ଚଳ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ପ୍ରହତାତ୍ତ୍ୱିକ ବିଭାଗ ଅଧୀନରେ ରହିଛି। ଫଳରେ ଏହା ଉପରେ ଯାହା କିଛି ଉନ୍ନତିମୂଳକ କାର୍ଯ୍ୟ ହୁଏ ତାହା ବିଭାଗର ନିଷ୍ପତି ଅନୁସାରେ ହୋଇଥାଏ। ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପର୍ଯ୍ୟଟନ ମନ୍ତ୍ରୀ ଥିବା ସମଯରେ ଏହି ପୀଠର କିଛି ଉନ୍ନତିକରଣ ହୋଇଥିଲା। ମାତ୍ର ପରବର୍ତ୍ତୀ ଅବସ୍ଥାରେ ଯାଜପୁର ଜିଲ୍ଲାର ସାଂସଦ ଦ ମାନଙ୍କର ଆନ୍ତରିକତା ଓ କ୍ଷତା ଅଭାବରୁ ଏହି ପୀଠର ଉନ୍ନତି ରେ କେହି ମନ ବଳାର ନାହାନ୍ତି ସେହିପରି ଏହି ଫ ପୀଠକୁ ସଂଯୋଗ କରୁଥିବା ରାସ୍ତା ଘାଟ ଓଡ଼ିଶା ସରକାରଙ୍କର ଅଧୂନରେ ରହିଛି। ରତ୍ନଗିରି ଗାଆଁ ଭିତର ଦେଇ ମୁଖ୍ୟ ରାସ୍ତା ଯାଇଥିବାରୁ ଇଥିବାରୁ ରାସ୍ତାର ଉନ୍ନତିକରଣରେ ବାଧା ଉପୁଜୁଛି। ଫଳରେ ଏଠାକୁ ଆସୁଥିବା ବଡ ବଡ ଗାଡି ସବୁ ବଜାର ପାଖରେ ଅଟକି ରହୁଛି। ପୀଠକୁ ଆସୁଥିବା ଗାଡି ପାଇଁ ମଧ୍ୟ ଏଯାଏ ପାର୍ଟି ବ୍ୟବସ୍ଥା ନହେବାରୁ ଗାଡି ଗୁଡିକ ଏଣେ ତେଣେ ରହିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ଉପର ପାହାଡ କେନ୍ଦ୍ର ସରକାରଙ୍କର ଅଧାନରେ ଓ ତଳ ରାସ୍ତା ଘାଟ ରାଜ୍ୟ ସରକାରଙ୍କ ଅଧାନରେ ରହିଥିବାରୁ ଏହା ଉପରେ ବାସ୍ତବପକ୍ଷେ କେହି ନଜର ଦେଉନାହାନ୍ତି। ଏଯାଏ ପାହାଡ ଉପରେ ଆଲୋକୀକରଣ ବ୍ୟବସ୍ଥା ହୋଇନାହିଁ । ଏଠାରେ ରାତ୍ରି ଯାପନ କରିବା ପାଇଁ କୌଣସି ଳା ବା ବଙ୍ଗଳା ସରକାରୀ ଡାକ ବେସରକାରୀ ଅତିଥ୍ ଭବନଟିଏ ମଧ୍ୟ ନାହିଁ । ପର୍ଯ୍ୟଟନ ବିଭାଗ ଅଧୀନରେ ଯେଉଁ ହୋଟେଲଟି ରହିଥୁଲା ତାହା ମଧ୍ୟ ଦୀର୍ଘ ଦିନ ହେବ ବନ୍ଦ ହୋଇ ସାରିଛି। ଦୀର୍ଘ ଦିନ ଧରି ଏହି ବୌଦ୍ଧ ପୀଠକୁ ଆକର୍ଷଣୀୟ କରିବା ପାଇଁ ଐତିହ ପାଟକ ନିର୍ମାଣ, ବସ୍ ଷ୍ଟାଣ୍ଡ, ପରିମଳ ବ୍ୟବସ୍ଥା ଓ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦାବି ହୋଇ ଆସୁଛି। ଗତ ବର୍ଷ ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ପୂର୍ବ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ସଂଗ୍ରାହଳଯକୁ ରତ୍ନଗିରି ବ୍ୟାଙ୍କ ଛକରୁ ଏକ ମୁଖ୍ୟ ରାସ୍ତା ନିର୍ମାଣ ପରେ କରାଯିବା ପାଇଁ ବ୍ୟୟ ବରାଦ ହୋଇଥିଲା। ଏଥିପାଇଁ ଟେଣ୍ଡର ହେବା ରେ ଜମି ଅଧିଗ୍ରହଣ ଅଧା ପନ୍ତରିଆ ଅବସ୍ଥାରେ ରହିଥିବାରୁ ସେ ପ୍ରକଳ୍ପ ସେମିତି ପଡ଼ି ରହିଛି। ଏଠାରେ ନିର୍ଦ୍ଦିଷ୍ଟ ପାଚେରୀ ନଥିବାରୁ ଗାଈ ଗୋରୁ ଛେଳି ମେଣ୍ଢା ମଧ୍ଯ ପାହାଡ ଉପରେ ଥିବା ଉଦ୍ୟାନ ମଧ୍ୟରେ ପ୍ରବେଶ କରି ନଷ୍ଟ କରିଥାନ୍ତି । ଦେଶର ବିଭିନ୍ନ କୋଣରୁ ଓ ବାହାରୁ ଏଠାକୁ ଦୈନନ୍ଦିନ ପର୍ଯ୍ୟଟକ ଆସୁଥିବାରୁ ଏହି ସ୍ଥାନ ପ୍ରତି ପ୍ରଶାସନ ଓ ରାଜନେତା ଅଧିକ ଯତ୍ନବାନ ହେବା ସହିତ ଏହାର ଉନ୍ନତିକରଣରେ ଆନ୍ତରିକତା ପ୍ରକାଶ କରିବାକୁ ସାଧାରଣରେ ଦାବି ହେଉଛି।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0