2026 ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ କରିବା ଲକ୍ଷ:ନୂଆପଡା ସୀମାନ୍ତ ଜଙ୍ଗଲରେ 3 ନକ୍ସଲ ନିପାତ,କମ୍ବିଂ ରେ ଉଭୟ ରାଜ୍ୟର ପୋଲିସ ସାମିଲ

ନୂଆପଡା : ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ମାଓ ବିରୋଧି ଅପରେସରନ ସୀମାନ୍ତରେ ଜୋରଦାର ଜାରି ରହିଛି । ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଏବଂ ଏମାନଙ୍କୁ ସରକାରଙ୍କ ଏକାଧିକତ ଯୋଜନାରେ ସାମିଲ କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏଥିସହ ଯେଉଁ ସବୁ ରାଜ୍ୟରେ ନକ୍ସଲଙ୍କ ପ୍ରାଦ୍ୟୁଭାବ ଅଧିକ ରହିଛି ସେସବୁ ରାଜ୍ୟରେ କମ୍ବିଂ ଅପରେସନ ଜୋରଦାର ଜାରି ରହିଥିବାବେଳେ ଆଜି ନୂଆପଡାର ସୀମାନ୍ତ ଜଙ୍ଗଲ ତଥା ଛତିଶଗଡ଼ର ଗରିଆବନ୍ଧ ଜ଼ିଲ୍ଲା କଣ୍ଡାସର, ନାଗେସ ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ କମ୍ବିଙ୍ଗ ଅପରେସନ ଜାରିଥିବାବେଳେ ଗୁଳି ବିନିମୟରେ 3 ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ରହିଛି l ସୂଚନା ମତେ CRPF, ଏସଓଜି, ଡିଏଏଫ ଯବାନ ସମେତ ଛତିଶଗଡର ଯବାନ ମିଳିତ ଭାବେ କମ୍ବିଂ ଅପରେସନ କରୁଥିଲେ । କଣ୍ଡାସର ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ରହିଥିବା ଉଭୟ ଛତିଶଗଡ଼-ନୂଆପଡା ଯବାନଙ୍କୁ ଗୁଇନ୍ଦା ଖବର ମିଳିଥିଲା । ଖବର ପାଇବା ପରେ ଗରିଆବନ୍ଧ ଆରକ୍ଷୀ ଅଧିକ୍ଷକ, ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ରାଜ୍ୟ ଯବାନଙ୍କ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଯବାନଙ୍କ ସର୍ଚ୍ଚ ଅପରେସନ ଖବର ପାଇ ଯବାନଙ୍କୁ ଆକ୍ରମଣ କରିଥିଲେ ନକ୍ସଲ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ । ଏହି ଗୁଳି ବିନିମୟରେ 3 ନକ୍ସଲ ପ୍ରାଣ ହରାଇଥିଲେ, ଅନେକ ନକ୍ସଲ ଛତ୍ରଭଙ୍ଗ କରି ସେଠାରୁ ଚାଲିଯାଇଥିଲେ, ଘଟଣାସ୍ଥଳରୁ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଖବର ଲେଖାଯିବା ସୁଦ୍ଧା ଏବେ ବି କମ୍ବିଂ ଅପରେସନ ଜାରି ରହିଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






