ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଶିମିଳିପାଳ ଅଧ୍ୟୟନ କେନ୍ଦ୍ର ଓ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ଜାତୀୟ ଆଲୋଚନାଚକ୍ର

May 4, 2025 - 20:29
 0  11
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଶିମିଳିପାଳ ଅଧ୍ୟୟନ କେନ୍ଦ୍ର ଓ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ଜାତୀୟ ଆଲୋଚନାଚକ୍ର

ବାରିପଦା ୦୪/୦୫: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ଶିମିଳିପାଳ ଅଧ୍ୟୟନ କେନ୍ଦ୍ର ଓ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ମିଳିତ ତତ୍ତ୍ୱାବଧାନରେ ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ବିକଶିତ ଭାରତ ପରିପ୍ରେକ୍ଷୀରେ ସୁରକ୍ଷିତ ଅଞ୍ଚଳରେ ମଣିଷ-ପ୍ରକୃତି ଏବଂ ବନ୍ୟପ୍ରାଣୀ ସମ୍ପର୍କ" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ପରିବେଶଗତ ଗବେଷଣା ଏବଂ ସ୍ଥାୟୀ ସଂରକ୍ଷଣ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲେ । ପୂର୍ବତନ ବନ୍ୟପ୍ରାଣୀ ପିସିସିଏଫ୍‌ ତଥା ପୂର୍ବତନ ସଦସ୍ୟ, ଲୋକାୟୁକ୍ତ, ଭୁବନେଶ୍ୱର ଡକ୍ଟର ଦେବବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବା ପାଇଁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ମାନବ ବିକାଶ ମଧ୍ୟରେ ନୀତିଗତ ସମନ୍ୱୟର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ବିଜ୍ଞାନ ଏକାଡେମୀର ସଚିବ ପ୍ରଫେସର ଆଶିଷ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଜୈବ ବିବିଧତା ସଂରକ୍ଷଣରେ ବୈଜ୍ଞାନିକଙ୍କ ଭୁମିକା ଏବଂ ନାଗରିକଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଦକ୍ଷିଣ)ର ଉପନିର୍ଦ୍ଦେଶକ ଡକ୍ଟର ସମ୍ରାଟ ଗୌଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂରକ୍ଷିତ କ୍ଷେତ୍ର ପରିଚାଳନାର ଜଟିଳତା ଉପରେ ଆଲୋକପାତ କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଉତ୍ତର)ର ଉପନିର୍ଦ୍ଦେଶକ ସାଇ କିରଣ ଡି. ଏନ. ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସମ୍ପ୍ରଦାୟ-ଆଧାରିତ ସଂରକ୍ଷଣ ପଦ୍ଧତି ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ବିଶ୍ଵବିଦ୍ୟାଳୟ ଶିମିଳିପାଳ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ତଥା ଆବାହକ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ଜୈବପ୍ରଯୁକ୍ତି ବିଭାଗର ପ୍ରଫେସର ବିଶ୍ୱଜିତ ରଥ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦକ ତଥା ଶିମିଳିପାଳ ଅଧ୍ୟୟନ କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପଚିଚାଳନାରେ ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକଗଣ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ଡ. ଶୁଭାନୀ ରଥ, ଡ. ଅଶୋକ କୁମାର ମଲ୍ଲିକ, ଡ. ରବୀନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଡ. ଦେବାଶିଷ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଆଲୋଚନାଚକ୍ରରେ ୧୩୦ ଜଣ ଗବେଷକ/ ଗବେଷିକା ଓ ବିଭିନ୍ନ ବେସରକାରୀ ସଂଗଠନର ପ୍ରତିନିଧି ଭାଗନେଉଛନ୍ତି । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ