ମହାମହିମ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ

Dec 6, 2024 - 19:57
 0  37
ମହାମହିମ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ

ରାଇରଙ୍ଗପୁର- ୬/୧୨ ଅଭବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏୟାର ଫୋର୍ସ ହେଲିକେପ୍ଟରରେ କୁସୁମି ବ୍ଳକର ରଙ୍ଗାମାଟିଆ ଗ୍ରାମର ଅସ୍ଥାୟୀ ହେଲିପେଡରେ ପୂର୍ବାହ୍ନ ୧୧.୦୫ ରେ ଓହ୍ଲାଇଥିଲେ । ସେଠାରେ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ,ପରିବେଶ ଓ ଶ୍ରମ ମନ୍ତ୍ରୀ ଇଂଗଣେଶ ରାମ ଖୁଣ୍ଟିଆ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।ପରେ ସେ ପଡ଼ିଆରେ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ।ପରେ କଡ଼ା ସୁରକ୍ଷା ବଳୟରେ କାର ଯୋଗେ ନିଜ‌ଜନ୍ମମାଟି ଗ୍ରାମକୁ ୧୧.୧୬ ରେ ଗଲେ ।ରାସ୍ତାକଡ଼ରେ ଆଦିବାସୀ ପାରମ୍ପରିକ ନୃତ୍ଯରେ ନୃତ୍ୟ ଦଳ ତାଙ୍କୁ ସ୍ବାଗତ କରିଥିଲେ ।ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇଥିବା ଗାଁ ମାଟିର‌ ସାଙ୍ଗ,ସାଥୀ ,ବନ୍ଧୁ ବାନ୍ଧବ ଅଂଚଳ ବାସୀଙ୍କୁ କାର ଭିତରେ ହାତ ହଲାଇ ଶୁଭେଛା ଜଣାଇଥିଲେ ।ପରେ ଗାଁ ସ୍କୁଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।ପୋଲିସ ଓ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ଓ ସୁରକ୍ଷା ପ୍ରତି କଡ଼ା ନଜର ଦିଆଯାଇଥିଲା ।

ମୟୂରଭଞ୍ଜ ରାଇରଙ୍ଗପୁର ରୁ ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ