ଦର୍ଶକଙ୍କ ମନମୋହିଲା ରୂପାନ୍ତର ପ୍ରଯୋଜିତ ନାଟକ "ଅପଦାର୍ଥ"

May 4, 2025 - 06:53
 0  52
ଦର୍ଶକଙ୍କ ମନମୋହିଲା ରୂପାନ୍ତର ପ୍ରଯୋଜିତ ନାଟକ "ଅପଦାର୍ଥ"

ବାରିପଦା - ତା :- ୦୩/୦୫/୨୦୨୫ ରିଖ ସ୍ଥାନିୟ ଶହୀଦଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ବସନ୍ତଉତ୍ସଵ - ୨୦୨୫ ଅନୁଷ୍ଠିତ ହୋଇଯାଇଛି I ଉତ୍ସବର ପ୍ରାରମ୍ଭରେ ଓଡିଶାର ପ୍ରତିଷ୍ଠିତ ନାଟ୍ୟକାର ତଥା ମଂଚ ଅଭିନେତା ଏବଂ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କୁ ଗୀତିକାର ଦିବଂଗତ ସଂଗ୍ରାମ ମହାନ୍ତି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ପରେଶ ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ "ଅପଦାର୍ଥ" ହୋଇଯାଇଛି I ସହ ନିର୍ଦ୍ଦେଶନାରେ ସତ୍ୟନାରାୟଣ ଦାସ ଓ ସଂଗୀତ ନିର୍ଦ୍ଦଶନାରେ ଗୁରୁ ନନ୍ଦକିଶୋର ଦାସ ସହଯୋଗ କରିଥିଲେ। ନାଟକରେ ସତ୍ୟ, ସପନ, ମଦନ, ରବିନ୍ଦ୍ର, ଆଲୋକ, ଦିନେଶ,ପ୍ରଦୀପ, ପିହୁ, ପଦ୍ମିନୀ ଏବଂ ଅପୂର୍ବା ଅଭିନୟ କରିଥିବାବେଳେ ବୈଦୁତିକ ଶବ୍ଦ ସଂଯୋଜନାରେ ଶୁଭେନ୍ଦୁ ସାହୁ, ମଂଚସଜ୍ଜାରେ ସନ୍ତୋଷ କମିଳା, ଦଳ ପରିଚାଳନାରେ ନାରାୟଣ ମଣ୍ଡଳ ଓ ମଂଚ ପରିଚାଳନାରେ ମନୋଜ କୁମାର ଜେନା ସାହାଯ୍ୟ କରିଥିଲେ I ଉକ୍ତ ଉତ୍ସବକୁ ଆନୁଷ୍ଠାନିକଭାବେ ନଗରପାଳ କୃଷ୍ନାନନ୍ଦ ମହାନ୍ତି ଏବଂ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରୂପାନ୍ତରର ଅଧ୍ୟକ୍ଷ ବିରେନ୍ଦ୍ର ନାଥ ସାହୁ, ଉପାଧ୍ୟକ୍ଷା ଡକ୍ଟର ଦମୟନ୍ତୀ ବେଶ୍ରା, ନିର୍ଦ୍ଦେଶକ ପରେଶ ସାହୁ, ନୃତ୍ୟ ନିର୍ଦ୍ଦେଶିକା ବର୍ନରୂପା ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ନାଟକଟି ଏତେ ଜୀବନ୍ତ ହୋଇଥିଲା ଯେ ଭରପୁର ପ୍ରେକ୍ଷାଳୟରେ ଦର୍ଶକ ମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ