ବ୍ରାହ୍ମଣ ମହାସଭାର ବୈଠକ ଫେବୃୟାରୀ ମାସରେ ହେବ ବାର୍ଷିକ ଅଧିବେସନ
ବାରିପଦା ତା 11/1(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା ମୟୁରଭଞ୍ଜ ଜିଲ୍ଲା ଶାଖାର ଏକ ବୈଠକ ମହାସଭାର ସ୍ଥାୟୀ ସଭାପତି ଡାକ୍ତର ମହାଦେବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ସାଧାରଣ ସମ୍ପାଦକ ପଣ୍ଡିତ ଭାଗବତ ପଣ୍ଡା ମହାସଭାର ବିବରଣୀ ପାଠ କରିବା ସହ ମହାସଭାର ମୁଖପତ୍ର ବ୍ରହ୍ମ ସନ୍ଦେଶ ପାଇଁ ଆଗାମୀ ପନ୍ଦର ତାରିଖ ସୁଦ୍ଧା ସମସ୍ତ ଲେଖା ସମ୍ପାଦକଙ୍କ ଠିକଣାରେ ପଠାଇବା ପାଇଁ ନିବେଦନ କରିଥିଲେ. ବୈଠକରେ ସଭ୍ୟ ନୃସିଂହ ଚରଣ ପଣ୍ଡା, ଅଶ୍ୱିନୀ କୁମାର ପଣ୍ଡା, ଦଳଗୋବିନ୍ଦ ଦାଶ, ହୃଦାନନ୍ଦ ଆଚାର୍ଯ୍ୟ, ନରୋତ୍ତମ ପାଣିଗ୍ରାହୀ ପ୍ରମୁଖ ନିଜସ୍ୱ ମତ ପ୍ରଦାନ କରିଥିଲେ. ମହାସଭାର ବାର୍ଷିକ ଅଧିବେସନ ଆଗାମୀ ଫେବୃୟାରୀ ମାସରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆ ଯାଇଛି. ସେହିପରି କୋଷାଧକ୍ଷ ଥିବା ଅଚ୍ୟୁତ ପ୍ରସାଦ ମହାପାତ୍ର ନିଜର ଶାରୀରିକ ଅକ୍ଷମତା ଦର୍ଶାଇବାରୁ ନୂତନଭାବେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଙ୍କୁ କୋଷାଧକ୍ଷ ପଦରେ ମନୋନୀତ କରାଯାଇଥିଲା. ଅନ୍ୟମାନଙ୍କ ମଧ୍ୟରେ ଶଶିଭୂଷଣ ମିଶ୍ର, ଆଶୁତୋଷ ଆଚାର୍ଯ୍ୟ, ଭଗବତୀ ଦାଶ, ପ୍ରହଲ୍ଲାଦ ନନ୍ଦ, ଡା. ଦୀପଙ୍କର ମିଶ୍ର, ଦେବବ୍ରତ ପ୍ରହରାଜ, ସିଦ୍ଧେସ୍ୱର ଶତପଥୀ, ରତ୍ନାକର ତ୍ରିପାଠୀ, ସଚିନ କର, ରବୀନ୍ଦ୍ର ନାରାୟଣ ରଥ, ସାନ୍ଧ୍ୟରାଣୀ ପଣ୍ଡା, ସୌମ୍ୟ ରଞ୍ଜନ ମହାପାତ୍ର, ଅଶ୍ୱିନୀ କୁମାର ତ୍ରିପାଠୀ, ସୁଦର୍ଶନ ଦିବେଦୀ, ସୌମ୍ୟ ଷଡ଼ଙ୍ଗୀ ପ୍ରଦୀପ୍ତ କିଶୋର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0