ବୈପାରିଗୁଡ଼ା ବ୍ଲୋକ ବିଜୁ ଜନତା ଦଳ ପକ୍ଷରୁ ୨୭ ତମ ପ୍ରତଷ୍ଠା ଦିବସ ପାଳିତ

Dec 28, 2023 - 11:50
 0  8
ବୈପାରିଗୁଡ଼ା ବ୍ଲୋକ ବିଜୁ ଜନତା ଦଳ ପକ୍ଷରୁ ୨୭ ତମ ପ୍ରତଷ୍ଠା ଦିବସ ପାଳିତ

କୋରାପୁଟ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳଙ୍କ ସଭାପତିତ୍ବରେ ବୈପାରିଗୁଡ଼ା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ବିଜୁ ଜନତା ଦଳୀୟ ଜିଲ୍ଲା ସଭାପତି ଝିନ ହିକକ୍କା ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ରାଜ୍ୟ ସାଧାରଣ ସଂପାଦକ ତଥା କେସିସି ବ୍ୟଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ,କୋଟପାଡ଼ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୂର୍ଯ୍ୟନାରୟଣ ରଥ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ବୈପାରିଗୁଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଜିଲ୍ଲା ଯୁବ ସଭାପତି ଲଲାଟ ରଞ୍ଜନ ସେଠି, ମହିଳା ସଭନେତ୍ରୀ ପାର୍ବତୀ ମସ୍ତି, ଆମ ଓଡିଶା ନବୀନ ଓଡିଶା ସଂଯୋଜିକା ତୁଳସୀ କିର୍ଶାନି, ପୂର୍ବତନ ସାଂସଦ ପ୍ରାର୍ଥୀନୀ କୌଶଲ୍ୟ ହିକକ୍କା, ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ସଂମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନେ ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ ବିଷୟରେ ଅଭିଭାଷଣ ରଖିଥିଲେ। ବୈପାରିଗୁଡ଼ା ବ୍ଲକର କୋଡ଼ିଏଟି ଗ୍ରାମ ପଞ୍ଚାୟତ ଭିତରୁ କୋରାପୁଟ ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀ ଯାଉଥିବା ବେଳେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଦୁଇଟି ବିଧାୟିକ ପାର୍ଥୀ ଓ ସାଂସଦ ପ୍ରାର୍ଥୀ ଆସନ୍ତା ୨୦୨୪ ସାଧାରଣ ନିର୍ବଚନରେ କିପରି ଭାବେ ବିଜୟ ଲାଭ କରିବା ସହ କୋରାପୁଟ ଜିଲ୍ଲା ସମସ୍ତ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳୀୟ ବିଧାୟକ ଓ ସାଂସଦ ପାର୍ଥୀ କିପରି ଭାବେ ବିଜୟ ଲାଭ କରିବେ ସେନେଇ ସମସ୍ତେ ଅଭି ଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବୈପାରିଗୁଡ଼ା ବ୍ଲୋକର କୋଡ଼ିଏ ଗୋଟି ଗ୍ରାମ ପଞ୍ଚାୟତର ଶତାଧିକ କର୍ମୀ ସମେତ ବିଜୁ ଜନତା ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ଶେଷରେ କୋରାପୁଟ ଜିଲ୍ଲା କାର୍ଯ୍ୟକରୀ ସଭାପତି ତଥା ବୈପାରିଗୁଡ଼ା ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟଟିକୁ ଶେଷ କରିଥିଲେ।

 ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ