।। ସିନାପାଲି ଗାୟତ୍ରୀ ଶକ୍ତିପୀଠର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।।

Dec 28, 2023 - 15:49
 0  9
।। ସିନାପାଲି ଗାୟତ୍ରୀ ଶକ୍ତିପୀଠର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।।

ନୂଆପଡ଼ା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠ ପ୍ରତିଷ୍ଠାର ୪୨ତମ ବାର୍ଷିକ ଉତ୍ସବ ବୁଧବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ା ସକାଳୁ ବିଧି ଅନୁଯାୟୀ ପୂଜାପାଠ ପରେ ପୂର୍ବାହ୍ଣରେ ନଅ କୁଣ୍ତୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା ା ଦେବ ସଂସ୍କୃତି ବିଶ୍ୱବିଦ୍ଯାଳୟ ଶାନ୍ତିକୁଞ୍ଜରୁ ଆସିଥିବା ତିନି ଜଣ ଦେବ କନ୍ଯା ଓ ସ୍ଥାନୀୟ ଶକ୍ତିପୀଠର ତ୍ରିନାଥ ମେହେର, ତରୁଣ କୁମାର ମେହେର, ଅର୍ଜୁନ ବାଗ, ସନ୍ତୋଷ ନାୟକ, ଜିତେଂଦ୍ର ମେହେର, ହରେକୃଷ୍ଣ ମେହେର, ବେଲାଲ ତାଣ୍ତି ପ୍ରମୁଖଙ୍କ ସହ ବରିଷ୍ଠ କାର୍ଯ୍ଯକର୍ତ୍ତା ପୂର୍ଣ୍ଣଚଂଦ୍ର ମେହେର କାର୍ଯ୍ଯକ୍ରମ ସଂଚାଳନ କରିଥିଲେ ା ଏ ଅବସରରେ ମୁଣ୍ତନ, ପୁଂସବନ, କୁଣ୍ତାବେରା ଆଦି ସଂସ୍କାର କାର୍ଯ୍ଯ କରାଯାଇଥିଲା ା ଶେଷରେ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ଏହି ଆଧ୍ଯାତ୍ମିକ କାର୍ଯ୍ଯକ୍ରମରେ ଅଂଚଳର ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଲିଥିଲା ା କାର୍ଯ୍ଯକ୍ରମ ସଫଳତାରେ ଶକ୍ତିପୀଠର ସମସ୍ତ ପରିଜନ ସହଯୋଗ କରିଥିଲେ ା

 ନୂଆପଡ଼ା ଜିଲ୍ଲା ରୁ ଝଙ୍କେଶ୍ଵର ବନ୍ଦିଛୋର ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ