।। ବୈପାରିଗୁଡ଼ାରେ କଂଗ୍ରେସ ଦଳ ପକ୍ଷରୁ ବୁଥ କମିଟି ଗଠନ ।।

May 25, 2023 - 17:47
 0  40
।।  ବୈପାରିଗୁଡ଼ାରେ କଂଗ୍ରେସ ଦଳ ପକ୍ଷରୁ ବୁଥ କମିଟି ଗଠନ ।।

ବୈପାରିଗୁଡ଼ା ବ୍ଲକ୍ କଂଗ୍ରେସ୍ ଦଳ ପକ୍ଷରୁ ସାଂଘାଟନିକ କାର୍ଯ୍ୟ କ୍ରମ ଜର୍ ଜାର୍ କରୁଥିବା ଦେଖିବାକୁ ମିଳୁଛି। ବୈପାରିଗୁଡ଼ା ବ୍ଲକ୍ କଂଗ୍ରେସ୍ ସଭାପତି ଶ୍ରୀ ଗୌରଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସାଂଘଟନିକ କାର୍ଯ୍ୟ ଆରମ୍ଭ କରାଯାଇଛି। ଦଶମନ୍ତପୁର ପଞ୍ଚାୟତ ସଭାପତି ଶ୍ରୀ ମାଧବ ଖରାଙ୍କ ସଭାପତିତ୍ବରେ ନାଥ ଗୁଡ଼ା ବାବା ଲକେସର୍ ମନ୍ଦିର ନିକଟସ୍ଥ ମଣ୍ଡପ ଠାରେ ଏକ ବୈଠକ କରାଯାଇଛି । ଉକ୍ତ ବୈଠକରେ ବୁଥ୍ କମିଟି ଗଠନ କରାଯାଇଛି । ଏହି କମିଟି ଗଠନ ବୈଠକରେ ମୁଖ୍ୟ ଅଥିତି ଭାବେ କୋରାପୁଟ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀ କୃଷ୍ଣଚନ୍ଦ୍ର କୁଲଦିପ୍ ଯୋଗ ଦେଇଥିଲେ । ଶ୍ରୀ କୁଲଦୀପ ପ୍ରଥମେ ବାବା ଲକେଶର୍ ମନ୍ଦିର ଦର୍ଶନ କରି ବାବାଙ୍କ ଆଶିର୍ବାଦ ନେଇଥିଲେ। ଆଗାମୀ 2024 ନିର୍ବାଚନ ପାଖେଇ ଆସୁଥିବାରୁ ବୁଥ୍ କମିଟି ଗଠନ କରିବା ସହ ଆଗାମୀ ନିର୍ବାଚନରେ କଂଗ୍ରେସ୍ ଦଳ କିପରି ବିଜୟ ଲାଭ କରିବ ସେନେଇ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଏହି ବୈଠକରେ ଘେନୁ ଖିଲ , ସଦାନନ୍ଦ ପାତ୍ର , ଗୋପବନ୍ଧୁ ପାତ୍ର , ପଦମନ ଦଳେଇ , ବିଜୟପାଙ୍ଗି , ଜଗଦିସ୍ ବାରିକ୍ , ଗୋପବନ୍ଧୁ ଟାକ୍ରି , ବାଲାଜୀ ରାଓ , ଧବପତି ଜାନି ସମେତ ଦଶମନ୍ତପୁର ଗ୍ରାମ ପଞ୍ଚାୟତର ଶତାଧିକ କଂଗ୍ରେସ୍ କର୍ମୀ ଯୋଗ ଦେଇଥିଲେ ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ