।। ବରିଷ୍ଠ ନାଗରିକ କ୍ଲବ ତରଫରୁ ପରିଚୟ ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ।।

May 25, 2023 - 20:25
 0  8
।। ବରିଷ୍ଠ ନାଗରିକ କ୍ଲବ ତରଫରୁ ପରିଚୟ ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ।।

ପୁରୀ ଶ୍ରୀକ୍ଷେତ୍ର କଲୋନୀ ବରିଷ୍ଠ ନାଗରିକ କ୍ଲବ ତରଫରୁ ପରିଚୟ ପତ୍ର ପ୍ରଦାନ ଉତ୍ସବ ସଭାପତି ଅରବିନ୍ଦ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ା କନ ଓର ବିଶାଳ ସିଂହ ଙ୍କ ଅନୁପସ୍ଥିତିରେ ପୁରୀ ସମୁଦ୍ର କୂଳ ଥାନା ଅଧିକାରୀ ଚିନ୍ମୟ ରାଉତ ସମାନୀୟ ଅତିଥି ଭାବେ ଯୋଗ ଦେଇ ପରିଚୟ ପତ୍ର ପ୍ରଦାନ କରିଥିଲେ। ଏଥିରେ ସଂପାଦକ ଶରତ ଚନ୍ଦ୍ର ଦାଶ, ସହ ସଂପାଦକ ରମେଶ ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ ନିରଞନ ସାହୁ, ପ୍ରଶାନ୍ତ କୁମାର ମହାନ୍ତି, ଅର୍ଜୁନ ପ୍ରଧାନ , ଗୋବିନ୍ଦ ଦାସ ଘୋଷ ସହଯୋଗ କରିଥିଲେ। ପୁରୀ ବରିଷ୍ଠ ନାଗରିକ ଫୋରମ୍ ର ସଂପାଦକ ଦେବେନ୍ଦ୍ର କୁମାର ଦାଶ, ଗୋଲଖ ଚନ୍ଦ୍ର ଯେନା ଦାବି ପତ୍ର ପ୍ରଦାନ କରିଥିଲେ ।ବରିଷ୍ଠ ନାଗରିକ ମାନଙ୍କୁ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବା ପାଇଁ ଚାରି ଦ୍ଵାରରେ ପ୍ରବେଶ ବ୍ୟବସ୍ଥା କରାଯିବା ସହ ଆଇନ ବ୍ୟବସ୍ଥା କୁ କଡାକଡି କରିବା ପାଇଁ ଅନୁଷ୍ଠାନ ତରଫରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଯୋଗ ଦେଇ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା। ସମାଜସେବୀ ତଥା ଆଇନଜୀବୀ ଶ୍ରୀ ଲାଲା ଅନନ୍ତ କୁମାର ସିଂହ ଯୋଗଦାନ ଦେଇଥିଲେ l

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ