ନିର୍ବାଚନ ସରିବା ପରେ ପ୍ରଥମ କରି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି

Aug 20, 2024 - 17:23
 0  5
ନିର୍ବାଚନ ସରିବା ପରେ ପ୍ରଥମ କରି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି

ଆଜି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ହୋଇ ଥିଲା ।ବ୍ଲକ ର ବିଭିନ୍ନ ପ୍ରକାର ସମସ୍ୟା କୁ ନେଇ ୬୪ ଟି ଅଭିଯୋଗ ଶୁଣାଣି ହୋଇ ଥିଲା।ଏହି ଅଭିଯୋଗ ଶୁଣାଣି ସମୟରେ ବ୍ଲକ ର ସମସ୍ତ ବିଭାଗ ର ଅଧିକାରୀ ମାନଙ୍କ ଉପସ୍ଥିତ ରହିଥିଲେ ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଲୋକେ ଗାଁ ର ସମସ୍ୟା ଉପରେ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଭି .କୀର୍ତ୍ତି ଭାସନ ଉକ୍ତ ସମସ୍ୟା କୁ ନେଇ ପ୍ରଥମେ ଉକ୍ତ ବିଭାଗ ର ଅଧିକାରୀ ଙ୍କ ସହିତ ଆଲୋଚନା କରିବା ପରେ ବିଡ଼ିଓ ଙ୍କ ସହିତ ଆଲୋଚନା କରି ସଙ୍ଗେ ସଙ୍ଗେ ସମସ୍ୟା ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣି ନିର୍ବାଚନ ସରିବା ପରେ ପ୍ରଥମ କରି ଅନୁଷ୍ଠିତ ହୋଇଛି। ତେଣୁ ଲୋକେ ବି କିଛି ସମସ୍ୟା ର ସମାଧାନ ହେବ ବୋଲି ଆଶା ବାନ୍ଧିଛନ୍ତି ।

 ଲମତାପୁଟ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ