।। ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ରେ ସିମିଳିଗୁଡାରେ ଆଇ.ଏ.ଏସ କୋଚିଂ କେନ୍ଦ୍ର ଉଦ୍ଘାଟିତ ।।

Jun 17, 2023 - 17:41
 0  17
।। ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ରେ ସିମିଳିଗୁଡାରେ  ଆଇ.ଏ.ଏସ କୋଚିଂ କେନ୍ଦ୍ର ଉଦ୍ଘାଟିତ ।।

କୋରାପୁଟ ଜିଲ୍ଲା ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଆଇଏଏସ କୋଚିଙ୍ଗ ଦିଆଯିବ ଓ ଜୁନ ୧୬ ତାରିଖରେ କୋଚିଙ୍ଗ କେନ୍ଦ୍ର ଉଦଘାଟନରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁ ରାମ ପଡ଼ାଲ , ଯୁବ ଉପ ଜିଲ୍ଲା ପାଳ ପ୍ରଥମେଶ ରାଜଶିରକେ,ସୁନାବେଡା ପୌରଦକ୍ଷ ଡ଼ ରାଜେନ୍ଦ୍ର ପାତ୍ର, ଉପାଧ୍ୟକ୍ଷା ରିତୁ କଣ୍ଟା, କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀମାନେ ୟୁପିଏସସି ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷାରେ କିପରି କୃତକାର୍ଯ୍ୟ ହାସଲ କରି ଜିଲ୍ଳାର ସୁନାମ ଆଣିପାରିବେ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ କୋଚିଙ୍ଗର ପଦକ୍ଷେପ ଗ୍ରହଣ କରିଥିବା ପଟାଙ୍ଗି ବିଧାୟକ ପୀତମ ପାଢୀ କହିଛନ୍ତି।

ଆଜି ଏ ସଂପର୍କରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ଓ ପଟାଙ୍ଗି ବିଧାୟକ ପୀତମ ପାଢୀ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଭେଟି ପୂର୍ବ ରୁ ଆଲୋଚନା କରିଥିଲେ। ବର୍ତ୍ତମାନ ପାଇଁ ସେମିଳିଗୁଡା ସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରକୁ ପରିଵର୍ତନରେ ସହିଦ ଲକ୍ଷ୍ମଣ ନାୟକ ପ୍ରତିଯୋଗିତା ମୂଳକ ଅନୁ ଶିକ୍ଷଣ କେନ୍ଦ୍ରରେ ଆଜି ଉଦ୍ଘାଟନ କରାଯାଇଛି, ଏହି କୋଚିଙ୍ଗ ପ୍ରଥମ ବର୍ଷ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କୋଚିଙ୍ଗର ବ୍ୟବସ୍ଥା କରାଯିବ , ସଂଖ୍ୟ ବଢିଲେ ପରେ ୭୦ ରେ ପରିଣତ କରାଯିବ ବୋଲି ଉପ ଜିଲ୍ଲା ପାଳ ପ୍ରଥମେଶ ରାଜ୍ ଶିରକେ ସୂଚନା ଦେଇଛନ୍ତି ।

କୋରପୁଟ ଜିଲ୍ଲା ପ୍ରୋସାସନ ,ଓଡିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ କର୍ତୃପକ୍ଷଙ୍କୁ ସହ ଆଗକୁ ଚୁକ୍ତିନାମା କରାଯିବ,ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ଚୟନ କରିବାକୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ଖଣି ପ୍ରଭାବିତ ଅଞ୍ଚଳରୁ ୬୦ ପ୍ରତିଶତ ଓ ଜିଲ୍ଲାର ଅନ୍ୟ ପ୍ରାନ୍ତରୁ ୪୦ ପ୍ରତିଶତ ଛାତ୍ର,ଛାତ୍ରୀଙ୍କୁ ଚୟନ କରାଯିବ ବୋଲି ସେ କହିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ କୋଚିଙ୍ଗ ବ୍ୟବସ୍ଥା କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୋରପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ,ପୋୖରାଦକ୍ଷ ଡ଼ ରାଜେନ୍ଦ୍ର ପାତ୍ର ଧନ୍ୟବାଦ ଜଣାଇଛନ୍ତି।

ଓଏସ/ଆଇ ଏ ଏସ କୋଚିଂଗ ସେଣ୍ଟର ର ଅଦ୍ୟକ୍ଷ ଭାବେ କୋରାପୁଟ ଜିଲ୍ଲା ପାଳ ଦାୟିତ୍ବ ରେ ରହିବେ ବୋଲି ସୂଚନା ମିଳିଛି,ଉଦ୍ଘାଟନୀ ସମୟରେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପ୍ରଫେସର କପିଳ ଖେମୁଣ୍ଡୁ, ଏସ ଏଲ ଏନ ଏସ ସି କୋଡ଼ିନେଟର ଡ଼ ଚନ୍ଦ୍ରା ଖେମୁଣ୍ଡୁ,ସେମିଳିଗୁଡା କଲେଜ ଅବସର ପ୍ରାପ୍ତ ରାଜନୈତିକ ବିଜ୍ଞାନ ର ପ୍ରଫେସର ଚିତ୍ତରଞ୍ଜନ ମିଶ୍ର, ସୁନାବେଡା ପୋୖର ପରିଷଦ ର ସମସ୍ତେ ୱାର୍ଡ କାଉନସିଲର ,ପୋଟାଙ୍ଗି ବିଧାୟକ ପ୍ରତିନିଧି ଭଗବାନ ପେଟିଆ, ଯନ୍ତ୍ରୀ ଶିବପାଢ଼ୀ, ଠିକା ଦାର ଅନନ୍ତ କୁମାର ସେନାପତି , ପିତା ଗୁଡା ସରପଞ୍ଚ ପ୍ରତିନିଧି ଦଇତାରି କାନ୍ଦୁଳଫୁଲ, ବହୁ ବିଜେଡି କର୍ମୀ ସମେତ ପରିଶୋଦ ର ସମସ୍ତେ କର୍ମ କର୍ତା ଉଦ୍ଘାଟନୀ ସମୟରେ ଉପସ୍ଥିତ ଥିଲେ ।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ