ସାମୂହିକ ଛୁଟିରେ ଯିବେ ଯୋଗାଣ ସହାୟକ, ବିଡିଓଙ୍କୁ ଦାବିପତ୍ର ,
କୋଲାବିରା, ୯।୭(ଫାଷ୍ଟ ନ୍ୟୁଜ ଓଡ଼ିଶା): ବିଭିନ୍ନ ନ୍ୟାଯ୍ୟ ଦାବି ପୂରଣ ନେଇ ଆସନ୍ତା ଜୁଲାଇ ୧୦ ତାରିଖରୁ କୋଲାବିରା ବ୍ଳକର ସମସ୍ତ ଯୋଗାଣ ସହାୟକ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୋଲାବିରା ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜୁଲାଇ ଓ ଅଗଷ୍ଟ ମାସର ଖାଦ୍ୟଶସ୍ୟ (ଚାଉଳ) ବଣ୍ଟନ ପାଇଁ ସଂଘର ସଦସ୍ୟମାନଙ୍କ ଉପରେ କୌଣସି ପ୍ରକାର ଚାପ ନ ପକାଇବାକୁ ଏହି ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି। ଜୁଲାଇ ୧୦ ସୁଦ୍ଧା ଦାବି ପୂରଣ ନ ହେଲେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନକୁ ଓହ୍ଲାଇବା ସହ ସାମୂହିକ ଛୁଟିରେ ଯିବା ପାଇଁ ସେମାନେ ସ୍ପଷ୍ଟ କରିଥିଲେ। ସଂଘ ପକ୍ଷରୁ କୁହାଯାଇଛି, ଜୁଲାଇ ଓ ଅଗଷ୍ଟ ମାସର ଚାଉଳ ବଣ୍ଟନ ପାଇଁ ଅଲର୍ଟମେଣ୍ଟ ଜାରି ହୋଇସାରିଛି। ମାତ୍ର ଜୁଲାଇ ୯ ତାରିଖ ସୁଦ୍ଧା ଏହି ବଣ୍ଟନ କାର୍ଯ୍ୟ ଶେଷ କରିବା ବ୍ୟାବହାରିକ ଭାବେ ଅସମ୍ଭବ । ଜୁଲାଇ ୧୦ରୁ ସମସ୍ତେ ଛୁଟିରେ ଯାଉଥିବାରୁ ଅଧାପନ୍ତରିଆ ବଣ୍ଟନ ଯୋଗୁଁ ହିତାଧ୍ୟାକାରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ସଂଘର ଅଭିଯୋଗ ଅନୁଯାୟୀ, ବିଗତ ୧୪ ବର୍ଷ ଧରି ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ପ୍ରଶାସନ ପକ୍ଷରୁ ସେମାନେ ନିଷ୍ଠାର ସହ ସେବା ଯୋଗାଇ ଆସୁଥିଲେ । ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରିବାକୁ ଏବଂ ଯୋଗାଣ ମଧ୍ୟ ସେମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ସରକାର ସହାୟକମାନଙ୍କୁ କାର୍ଯ୍ୟ ପାଇଁ ବାଧ୍ୟ ନକରିବାକୁ ଅଣଦେଖା କରିଛନ୍ତି। ଏ ସମ୍ପର୍କରେ ଗତ ଜୁନ୍ ୧୬ ସଂଘ ସଭାପତି ହେମାନନ୍ଦ ନାଏକଙ୍କ ସ୍ବାକ୍ଷରିତ ଏହି – ତାରିଖରେ ରାଜ୍ୟ ସରକାର ଓ ପ୍ରଶାସନକୁ ଏକ ଦାବିପତ୍ରରେ ଦାବି କରାଯାଇଛି । ଦାବିପତ୍ର କୁ ଅତିରିକ୍ତ ଲିଖ୍ ନୋଟିସ୍ ମଧ୍ୟ ଦିଆଯାଇଥିଲା। ସରକାରଙ୍କ ବିଡ଼ିଓ ରାଜେଶ ରୋଶନ ଗୁଡ଼ିଆ ଗ୍ରହଣ କରିଥିଲେ । ନୂତନ ସିଏମ୍ୟାଇ ଯୋଜନାକୁ ସଫଳ କରିବା ଦାବିପତ୍ର ପ୍ରଦାନ ସମୟରେ ବ୍ଳକର ସମସ୍ତ ପଞ୍ଚାୟତର ପାଇଁ ସଂଘ ପୂର୍ବରୁ ସହଯୋଗ କରିଥିଲେ ହେଁ, ଯୋଗାଣ ସହାୟକ ଉପସ୍ଥିତ ଥିଲେ। କୋଲାବିରା ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ୍ ଓଡ଼ିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0