ଓବିସି ସଂଘ କ୍ୟାଡ଼ର ତାଲିମ କାର୍ଯ୍ୟକ୍ରମ
କୋଲାବିରା,୦୫/୦୭(ଫାଷ୍ଟ ନ୍ୟୁକ୍ ଓଡ଼ିଶା)- ଝାରସୁଗୁଡ଼ା ଜିଲ୍ଲା ଓବିସି ସଂଘର ଏକ କ୍ୟାଡ଼ର ତାଲିମ କାର୍ଯ୍ୟକ୍ରମ ରବିବାର କୋଲାବିରା ବ୍ଲକ ଅଧିନସ୍ଥ ସମାସିଂହା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି l ସଂଘର ଜିଲ୍ଲା ସଭାପତି ବିରଞ୍ଚି ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମ ରେ ଓବିସି ସଂଘର ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର ଓ ରାଜ୍ୟ କୋଷାଧ୍ୟକ୍ଷ ପ୍ରଦେଶି ବିଶ୍ବାଳ ଅତିଥି ଭାବରେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ l ସମଗ୍ର ରାଜ୍ୟରେ ଓବିସି ସଂଘକୁ ସୁଦୃଢ଼ କରିବା ପାଇଁ ପ୍ରତିଜ୍ଞାବଦ୍ଧ ଭାବେ କାର୍ଯ୍ୟ କରିବାକୁ ଅତିଥି ବୃନ୍ଦ ଆହ୍ୱାନ ଦେଇଥିଲେ l ଏଥିରେ ଜିଲ୍ଲା ଓବିସି ସଂଘର ସମ୍ପାଦକ ଗୋପୀନାଥ ବେହେରା, କୋଲାବିରା ବ୍ଲକ ଓବିସି ସଂଘ ସଭାପତି ସିର୍ଯୁ ଖମାରୀ, ଲଇକେରା ବ୍ଲକ ଉପଦେଷ୍ଟା ଗଣ୍ଡାରାମ ବେହେରା, ସଂଘର ବରିଷ୍ଠ ସଦସ୍ୟ ଚେତାନନ୍ଦ ପଟେଲ, ତୁଲାରାମ ସେନାପତି, ତୁଲେଶ୍ୱର ପଟେଲ, ନଳୀନ କୁମାର ପଟେଲ, ଅନିତ ପଟେଲ, ବିଶେଶ୍ୱର ପଟେଲ, ମଦନ ମୋହନ ପଟେଲ, ବିନୋଦ ବିହାରୀ ନାୟକ, ଗୌତମ ନାଏକ, ଗୁରୁଚରଣ ସାହୁ ପ୍ରମୁଖ ସଂଘର କାର୍ଯ୍ୟକଳାପ ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ l ଏଥିରେ ସବ୍ୟସାଚୀ ନାଏକ, ଶ୍ରୀରାମ ପଟେଲ, ବିହାରିଲାଲ ନାଏକ, ଭୋଜରାମ ପଟେଲ, ଅଶୋକ ସାହୁ, ଡୋଳାମଣି ପ୍ରଧାନ, ଦିଗାମ୍ବର ବାରିକ, ଗଣେଶ ବାରିକ, ପ୍ରଦୀପ ପଟେଲ, ପିଣ୍ଟୁ ସାହୁ, ରମେଶ ରଣା ପ୍ରମୁଖ ଙ୍କ ସହ ବହୁ ସଂଖ୍ୟାରେ ଓବିସି ସଦସ୍ୟ ଯୋଗଦେଇଥିଲେ l ସମାସିଂହା ପଞ୍ଚାୟତ ଓବିସି ସଂଘ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ l
କୋଳାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0