ବିଜ୍ଞାପିତ ଅଂଚଳ ପରିଷଦ, ଖରୀଆର ରୋଡ ତୃତୀୟ ଦିନରେ ୱାର୍ଡ ନମ୍ବର ୪ ଓ ୫ ଠାରେ ଉନ୍ମୋଚିତ ହେଲା ପି.ଏମ. ସ୍ୱନିଧି ଯୋଜନା

Jun 11, 2026 - 22:24
 0  6
ବିଜ୍ଞାପିତ ଅଂଚଳ ପରିଷଦ, ଖରୀଆର ରୋଡ ତୃତୀୟ ଦିନରେ ୱାର୍ଡ ନମ୍ବର ୪ ଓ ୫ ଠାରେ ଉନ୍ମୋଚିତ ହେଲା ପି.ଏମ. ସ୍ୱନିଧି ଯୋଜନା

ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତୃତୀୟ ଦିନରେ ୱାର୍ଡ ନମ୍ବର– 4 ଓ 5 ବଜାର ପଡା ଠାରେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହରାଞ୍ଚଳ ବିକାଶ ପ୍ରକ୍ରିୟାରେ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି କରିବାସହ ଲୋକଙ୍କ ସମସ୍ୟା ବୁଝି ଏହାର ସମାଧାନ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଏହି ଅବସରରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଏନ୍‌ଏସି ଅଧ୍ୟକ୍ଷା ଡ଼. ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡାଗା, ୱାର୍ଡ ସଭ୍ୟ ସନ୍ଦୀପ ଶର୍ମା କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ଜନସାଧାରଙ୍କୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ବୁଝାଇଥିଲାବେଳେ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରାଯାଇ ସେମାନଙ୍କର ସମସ୍ୟା, ଅଭିଯୋଗ, ମତାମତ ଓ ବିକାଶ ସମ୍ପର୍କିତ ପ୍ରସ୍ତାବଗୁଡ଼ିକ ସଂଗ୍ରହ କରାଯାଇଥିଲା l ୱାର୍ଡର ଅନେକ ମହିଳା ଏବଂ ପୁରୁଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ କରିବାର ଦେଖାଯାଇଥିଲାବେଳେ ଗୋବିନ୍ଦ ପଟେଲ ମଞ୍ଚ ପରିଚାଳନା କରିଥିଲେ l ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ