ବିଦ୍ୟୁତ ସଂସ୍ପର୍ଶରେ ନିରୀହ ଗାଈ ମୃତ୍ୟୁ

Jun 28, 2026 - 09:25
 0  13
ବିଦ୍ୟୁତ ସଂସ୍ପର୍ଶରେ ନିରୀହ ଗାଈ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅଡ୍ରି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶ ରେ ଗାଈ ମୃତ୍ୟୁ ହୋଇଛି l ଗାଈ ନିଜ ପେଟ ଦାନା ପାଇଁ ଘାସ ବୁଦା ଖୋଜି ଖାଇବା ହୋଇଛି କାଳ l ଏହି ଗାଈ ଅନେକ ମାନବ ସମାଜରେ କେତେ ହିତକର କ୍ଷୀର ଯୋଗାଉ ଥିଲା l ଗାଈ ମୃତ୍ୟୁ ଖବର ପାଇ ଗାଈ ମାଲିକ ଯାଇ ଦେଖି ପରିବାର ସମସ୍ତେ ଶୋକାକୁଳ ହୋଇଛି l ମାଲିକ ହେଲେ ଅଡ୍ରି ଗ୍ରାମର ପ୍ରହଲ୍ଲାଦ ନାଏକlଏହା ବିଦ୍ୟୁତ ବିଭାଗ ର ଅବହେଳା ପାଇଁ ଏହା ହୋଇ ଥିବା ଅଞ୍ଚଳରେ ଜନତା ମହଲରେ ଚର୍ଚ୍ଚା ଜୋର ଧରିଛି l ବିଦ୍ୟୁତ ଖୁଣ୍ଟlରେ ଲାଗି ଥିବା ଆର୍ଥିଙ୍ଗ ନେଲା ନିରୀହ ପ୍ରାଣୀ ର ଜୀବନ l କ୍ଷତିହରାଇ ଥିବା ପରିବାର ଥୁଆମୂଳ ରାମପୁର ବିଦ୍ୟୁତ ବିଭାଗ କୁ କ୍ଷତି ପୂରଣ କରିବା ସହ ଲାଗିଥିବା ଖୁଣ୍ଟ ର ଆର୍ଥିଙ୍ଗ ହଟାଇ ଦେବା ପାଇଁ ଦାବିକରିଛନ୍ତି l ଯଦି କ୍ଷତି ପୂରଣ ନ କରେ ତେବେ ରାଜ ରାସ୍ତାରେ ଆହ୍ଲାଇବା ପାଇଁ କଡା ଚେତାବନି ପ୍ରକାଶ କରିଥିଲେ l କ୍ଷତି ପରିବାରକୁ କ୍ଷତି ପୂରଣ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହେଉଛି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ