ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ମୟୂରଭଞ୍ଜରେ ୧୫ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ

Jun 12, 2026 - 18:17
 0  1
ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ମୟୂରଭଞ୍ଜରେ ୧୫ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ

ବାରିପଦା,(୧୨/୦୬): ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ ‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’କୁ ଏବଂ ସଚେତନତା ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ସକାଳ ୮.୩୦ ଘଟିକାରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ସଚେତନତା ଶୋଭାଯାତ୍ରା ବାରିପଦା ପୌରାଞ୍ଚଳର ପ୍ରମୁଖ ବଜାର ଅଞ୍ଚଳ ପରିକ୍ରମା କରି ସ୍ଥାନୀୟ ଛଉ ପଡ଼ିଆଠାରେ ଶେଷ ହୋଇଥିଲା। ଶୋଭାଯାତ୍ରା ମାଧ୍ୟମରେ ଶିଶୁ ଶ୍ରମ ନିରାକରଣ, ଶିକ୍ଷାର ଗୁରୁତ୍ୱ ଏବଂ ଶିଶୁଙ୍କ ଅଧିକାର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପ ଶ୍ରମ ଆୟୁକ୍ତ ନରେନ୍ଦ୍ର ଗଇପାଇ, ଜିଲ୍ଲା ଶ୍ରମ ଅଧିକାରୀ ନିରଞ୍ଜନ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିହାରିକା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତା ବିଶ୍ୱାଳ, ବାରିପଦା ସହକାରୀ ଶ୍ରମ ଅଧିକାରୀ ପାନମଣୀ ସୋରେନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ଶ୍ରମିକ ସଂଗଠନର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି, ପୁଲିସ କର୍ମଚାରୀ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ । ଅଭିଯାନ ଅବଧି ମଧ୍ୟରେ ସଚେତନତା ରଥଟି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଶିଶୁ ଶ୍ରମର କୁପ୍ରଭାବ, ଶିକ୍ଷାର ଆବଶ୍ୟକତା ଏବଂ ପ୍ରତ୍ୟେକ ଶିଶୁ ପାଇଁ ସୁରକ୍ଷିତ ଓ ସମ୍ମାନଜନକ ଶୈଶବ ସୁନିଶ୍ଚିତ କରିବା ନିମନ୍ତେ ସମାଜର ସାମୂହିକ ଦାୟିତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବ। ଶିଶୁ ଶ୍ରମ ମୁକ୍ତ ମୟୂରଭଞ୍ଜ ଗଠନ ପାଇଁ ଏହି ୧୫ ଦିନିଆ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଭାବରେ ଚାଲିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଏହାସହ ଶିଶୁ ଶ୍ରମିକ ଚିହ୍ନଟ, ଉଦ୍ଧାର ଏବଂ ପୁନର୍ବାସନ ପାଇଁ ସ୍ୱତନ୍ତ୍ର ଚଢ଼ାଉ ଓ ଉଦ୍ଧାର ଅଭିଯାନ ମଧ୍ୟ ପରିଚାଳନା କରାଯିବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ