ନେହା ଡାଗାଙ୍କୁ ବିଜେଏମସି ମହିଳା ଶାଖାର ଓଡ଼ିଶା ରାଜ୍ୟ ସଭାପତି ଭଵ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ

Jul 6, 2026 - 22:29
 0  1
ନେହା ଡାଗାଙ୍କୁ ବିଜେଏମସି ମହିଳା ଶାଖାର ଓଡ଼ିଶା ରାଜ୍ୟ ସଭାପତି ଭଵ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ

ନୂଆପଡା ଜିଲ୍ଲା ଖରିଆରରୋଡ଼ ଜୈନ ଭଵନରେ ଭାରତୀୟ ଜନତା ମଜଦୂର ସଙ୍ଘର ଏକ ଭଵ୍ୟ ବୈଠକରେ ଖରିଆରରୋଡ଼ର ନେହା ଡାଗାଙ୍କୁ ରାଜ୍ୟ ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ଅର୍ଣ୍ଣବ ଚଟର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡକ୍ଟର ମୋନୁୱାରୀ ବେଗମ - ଜାତୀୟ ଅଧ୍ଯକ୍ଷ (ମହିଳା ଶାଖା) ମୋନୁୱାରୀ ବେଗମ, ଅରମାନ ଗାଙ୍ଗୁଲି ଜାତୀୟ ଉପାଧ୍ୟକ୍ଷ, ଦୀପକ ଶର୍ମା ଜାତୀୟ ଯୁବ ସଭାପତି, ନିର୍ମଳ ମଣ୍ଡଳ ଜାତୀୟ ସଂଯୋଜକ, ଖରିଆରରୋଡ଼ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମକୁ ନିଶାନ୍ତ ଡାଗା ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମରେ ହଜାରେରୁ ଉର୍ଧ୍ଵ ପୁରୁଷମହିଳା ଶ୍ରମିକ ଯୋଗ ଦେଇଥିଲେ | ଏହି ଅବସରରେ ଶ୍ରମିକ ମାନଙ୍କ ଅଧିକାର ଏବଂ ଶ୍ରମିକଙ୍କ ପ୍ରତି ସରକାରଙ୍କ କର୍ତ୍ତବ୍ୟ ଉପରେ ଵକ୍ତାମାନେ ଆଲୋଚନା କରିଥିଲେ | ଶ୍ରମିକ ମାନଙ୍କୁ ଜବ କାର୍ଡ ଗ୍ୟାରେଣ୍ଟି କରିବା ସହ ସମସ୍ତଙ୍କୁ ସରକାରୀ ସୁବିଧା ଦିଆଯିବବୋଲି ବକ୍ତା ମାନେ କହିଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ ମନମିତ ସିଂ ଗୁରୁଦତା, ଗୋଲଡି ଅଗ୍ରୱାଲ, ଗୋଲି ତିୱାରୀ ପ୍ରମୁଖ ସହଯୋଗୀତା କରିଥିଲେ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ