ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ରକ୍ତଦାନ ଶିବିର ଆୟୋଜିତ (୩୬ ୟୁନିଟ ରକ୍ତ ସଂଗୃହିତ)
ବାରିପଦା - ତା :-୧୧/୦୬/୨୦୨୬ ରିଖ ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆର ବି ଓ, ବାରିପଦା ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ଧନଞ୍ଜୟ ମହାନ୍ତ, ସି ଡି ଏମ ଓ, ବିଜୟ କୁମାର ଦାଶ, ଏ ଡି ଏମ ଓ, ସୁଭାଶିଷ ମିଶ୍ର, ଆଞ୍ଚଳିକ ପ୍ରବନ୍ଧକ ଏବଂ ମୁଖ୍ୟ ପ୍ରବନ୍ଧକ ଗୋବର୍ଦ୍ଧନ ଦାସ, ପାତାଞ୍ଜଳି ବିଭୂପଦ ସାହୁ, ସମୀର କୁମାର ସାହୁ, ଅରୁଣଜ୍ୟୋତି ମହାନ୍ତି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ I ମୁଖ୍ୟ ସଂଯୋଜକ ଶିବାନୀ ନାୟକଙ୍କ ନେତୃତ୍ୱରେ ଏବଂ ସମାଜସେବୀ ଅମର କୁମାର ସେଠି ଓ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ଦିଗଦର୍ଶନରେ ଆୟୋଜିତ ଏହି ଶିବିରରେ ମୋଟ ୩୬ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ସୌମ୍ୟରଂଜନ ନାୟକ ଓ ଡ଼ଃ ନୀଲେଶ ଦାସଙ୍କ ନେତୃତ୍ୱରେ ବିଜୟ ବାଦ୍ରା, ଛବି ମହାନ୍ତ ଓ କରୁଣାକର ଜେନା ରକ୍ତ ସଂଗ୍ରହ କରିଥିଲେ I ଗ୍ଲୋରୀ ଟୁଡୁ, ଚନ୍ଦ୍ରମୁଖୀ ହେମ୍ବ୍ରମ ଓ ରଜତ କୁମାର ପଣ୍ଡା ଶିବିର ପରିଚାଳନାରେ ସହଯୋଗ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0