।। ନୂଆପଡ଼ା ବ୍ଲକର ସମସ୍ତ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ।।

Aug 10, 2024 - 21:54
 0  13
।। ନୂଆପଡ଼ା ବ୍ଲକର ସମସ୍ତ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ।।

ସଦର ନୂଆପଡ଼ା ବ୍ଲକର ସମସ୍ତ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଭିଭାବକ , ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ବ୍ୟବସ୍ଥା, ଅନଲାଇନ୍ ସୁରକ୍ଷା ଓ ସାଇବର ସଚେତନତା,୧ସେପ୍ଟେମ୍ବର ରୁ ୧୫ ସେପ୍ଟେମ୍ବର ସ୍ବଚ୍ଛତା ପକ୍ଷ ପାଳନ, ବିଦ୍ୟାଳୟ ଗୁଡ଼ିକରେ ୟୁଥ୍ ଓ ଇକୋ କ୍ଲବ ଗଠନ ଓ କାର୍ଯ୍ୟ,ଛାତ୍ରଛାତ୍ରୀମାନଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ଶିକ୍ଷା ସମାପ୍ତିକୁ ସୁନିଶ୍ଚିତ କରାଇବା, ବେଟି ବଚାଓ: ବେଟି ପଢ଼ାଓ, କୈଶୋର ଛାତ୍ରୀମାନଙ୍କ ପାଇଁ ଇନସିନେରେଟର ଓ ଭେଣ୍ଡିଂ ମେସିନର ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇ ଅଭିଭାବକମାନଙ୍କ ଠାରୁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନ ମୂଳକ ପ୍ରସ୍ତାବମାନ ଆମନ୍ତ୍ରଣ କରାଯାଇଥିଲା। ବିଦ୍ୟାଳୟ ଗୁଡିକରେ କରାଯାଇଥିବା ଏହି ବୈଠକ ଗୁଡିକର ସଫଳ ଆୟୋଜନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ହେମାସାଗର ମହାନନ୍ଦ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି, ଚୈତରାମ ନାଏକ,ଚନ୍ଦ୍ରକଳା ଜଗତ ଏବଂ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ବିଭିନ୍ନ ବିଦ୍ୟାଳୟର ବୈଠକରେ ଯୋଗଦାନ କରି ଅବିଭାବକ ମାନଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟ ଗୁଡ଼ିକରେ ହେଉଥିବା ଏହି ବୈଠକ ଗୁଡିକୁ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ଏହିକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟ ଯଥା ଅଁଳା ଯୁବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସାହିପଲା ଶାସ୍ତ୍ରିଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହାମାୟା ଉଚ୍ଚ ବିଦ୍ୟାଳୟ, ପିପଲ ଛଣ୍ଡି ପ୍ରାଥମିକ ବିଦ୍ୟାଳୟ,ଖଇରାନୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଶିକ୍ଷା ବିତ ତଥା କଟକ ଶିକ୍ଷା ବୋର୍ଡ ସଦସ୍ୟ ଡ଼. ଶିବ ପ୍ରସାଦ ବେହେରା ମୁଖ୍ୟ ଅତିଥି, ସିଆରସିସି ଶରତ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ