ଜିଲ୍ଲା ସ୍ତରୀୟ ଉତ୍ତମ ଅଭ୍ୟାସ ର କର୍ମଶାଳା ଅନୁଷ୍ଠିତ

Mar 20, 2026 - 17:38
 0  3
ଜିଲ୍ଲା ସ୍ତରୀୟ ଉତ୍ତମ ଅଭ୍ୟାସ ର କର୍ମଶାଳା ଅନୁଷ୍ଠିତ

ବାରିପଦା, ତା:୨୦/୦୩/୨୦୨୬ ରିଖ ଦିନ ହାଣ୍ଡିକାପ ଇଣ୍ଟରନାସନାଲ (HI) ଓ ଉରୋପୀୟ ୟୁନିୟନ (EU) ସହାୟତାରେ ସାଧନା ଦ୍ଵାରା ପ୍ରଚଳିତ ସମହିତା ପ୍ରକଳ୍ପ ମାଧ୍ୟମରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ସଂଗଠନ, ସାଧନା ର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଉତ୍ତମ ଅଭ୍ୟାସ ର କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଏହି ଦିବସରେ ସାଧନାର ସମସ୍ତ କର୍ମ କର୍ତ୍ତା, ଦିବ୍ୟାଙ୍ଗ ସଂଗଠନ ର ପଞ୍ଚାୟତ ସ୍ତରୀୟ ଓ ଜିଲ୍ଲାସ୍ତରୀୟ ସଦସ୍ୟ, ଆଞ୍ଚଳିକ ଅଣଅନୁଷ୍ଠାନିକ ସଂଗଠନ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ଅଙ୍ଗନବାଡି କର୍ମକର୍ତ୍ତା ମାନେ ବହୁଳ ଭାବେ ଯୋଗ ଦେଇଥିଲେ । ସାଧନା ର ପ୍ରକଳ୍ପ ସଂଯୋଜିକା ସ୍ଵର୍ଣଜିତ କୁମାରୀ ମହାପାତ୍ର ଏହି ଦିବସ ର ପରିଚାଳନା କରିଥିଲେ। ଏହି ଅବସରରେ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ, ପ୍ରାଣୀ ଚିକିତ୍ସ୍ରାଳୟ ର ଅତିରିକ୍ତ ଅଧିକାରୀ ଡା. ଦେବବ୍ରତ ଦାସ, ଡି ପି ଏମ (ଜାତୀୟ ସ୍ୱାସ୍ଥ୍ୟ ମିଶନ) ର ଅଧିକାରୀ ଅନିଲ କୁମାର ମହାନ୍ତି, ଶୂଳିଆପଦା ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଦେବାଶିଷ ମୁର୍ମୁ ଯୋଗଦାନ କରିଥିଲେ । ସାଧନାର ନିର୍ଦ୍ଦେଶକ ଶ୍ରୀ ପ୍ରଭାକର ସାହୁ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧନ କରି ବିଭିନ୍ନ ଦିବ୍ୟାଙ୍ଗ ସଂଗଠନ ର କିଛି ପ୍ରଭାବଶାଳି ବିଷୟ ବା ଉତ୍ତମ ଅଭ୍ୟାସ ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ସାଙ୍ଗଠନିକ ଦକ୍ଷତା ବୃଦ୍ଧିର ଉସ୍ର ବିଷୟରେ ଲକ୍ଷ୍ୟ ଉପସ୍ଥାପନ କରିଥିଲେ । ଶ୍ରୀଯୁକ୍ତ ପ୍ରଭାକର ସାହୁ ଏହି କର୍ମଶାଳା ର ମୁଖ୍ୟ ଉଦ୍ଧେଶ୍ୟ ଭାବେ ସମହିତା ପ୍ରକଳ୍ପର କିଛି ଭଲ ଅଭ୍ୟାସ ଯାହା ଅବହେଳିତ ଲୋକ ମାନଙ୍କର ଜୀବନ ପଦ୍ଧତିର ସମସ୍ୟାକୁ ଚିହ୍ନଟ କରିବା ସହ ପ୍ରଭାବଶାଳି ଫଳାଫଳକୁ ଅନ୍ୟ ଜାଗା ରେ ପ୍ରସାରଣ କରିବା ଓ ପରିବର୍ତ୍ତନ ପାଇଁ କାର୍ଯ୍ୟାନୁଷ୍ଠାନ ନେବା ବିଷୟ ରେ ଆଲୋଚନା କରିଥିଲେ । ସମହିତା ପ୍ରକଳ୍ପ କାର୍ଯ୍ୟରତ ୬ ଗୋଟି ଜିଲ୍ଲାରୁ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ପଦ୍ଧତି ରୁ ସଂଗୃହିତ ୩୫ଟି ଭଲ ଅଭ୍ୟାସ ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରା ଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀ ମାନେ ଏହି ଭଲ ଅଭ୍ୟାସରୁ ଯାହା ଶିଖିଲେ ସେସବୁ ନିଜ ସଂଗଠନ ରେ କିପରି କାର୍ଯ୍ୟ ରେ ଲଗାଇ ପାରିବେ ସେ ବିଷୟରେ ମତାମତ ରଖିଥିଲେ । ସର୍ବଶେଷରେ ଲିଙ୍ଗ ବିଶେଷଜ୍ଞ ଶୁଭ ଉପାସନା ଉପସ୍ଥିତ ସମସ୍ତଙ୍କୁ ଅଂଶ ଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ