।। ଗୋଛାପଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର : ଶହୀଦ ସପ୍ତାହ ପାଳନ ପାଇଁ ଆହ୍ବାନ ।।

Jul 27, 2023 - 21:22
 0  7
।। ଗୋଛାପଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର : ଶହୀଦ ସପ୍ତାହ ପାଳନ ପାଇଁ ଆହ୍ବାନ ।।

କନ୍ଧମାଳ,(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳରେ ମାଓବାଦୀ ମାନେ ବ୍ୟାନର ଲଗାଇ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଗୋଛାପଡା ଥାନାର ମାଓ ଅଧୁଷିତ ଅଞ୍ଚଳ କୁହାଯାଉଥ‌ିବା ଗୋଛାପଡା ପଞ୍ଚାୟତର ଡେରାକୁମ୍ପା ଗାଁ ନିକଟରେ ଥ‌ିବା ଡ୍ରାଗନ ବଗିଚା ନିକଟରେ ଗୁରୁବାର ସକାଳୁ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସେହିଭଳି କୁଏରମାଣ୍ଡୁ, ପାହିରାଜୁ, ଓ ବାଲନ୍ଦାପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଧ୍ଯ ମାଓ ବ୍ୟାନର ଲାଗିଥିବା ଖବର ମିଳିଛି। ବ୍ୟାନରରେ ଜୁଲାଇ ୨୭ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ଆହ୍ବାନ ଦେଇଛି ଲାଲବାହିନୀ। ସିପିଆଇ ମାଓ ବାଦୀ ସଙ୍ଗଠନ ତରଫରୁ ଏହି ମାଓ ପୋଷ୍ଟର ଲଗା ଯାଇଥିବା ଉଲ୍ଲେଖ ରହିଛି । ଏହି ମାଓ ବ୍ୟାନର ଦେଖ‌ିବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି l ସୂଚନାଯୋଗ୍ୟ, ଯେ, ଏହି ଅଞ୍ଚଳରେ ପୂର୍ବରୁ ମାଓବାଦୀ ଓ ସୁରକ୍ଷା ବାହିନୀ ଅନେକ ଥର ମୁହାଁମୁହିଁ ହୋଇଥ‌ିବା ବେଳେ କିଛି ଦିନ ତଳେ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଥିଲେ।

 କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ