।। ବାଇକ୍ ସହିତ ସ୍କୁଟରର ମୁହାଁମୁହିଁ ଧକ୍କାରେ ୨ ମୃତ ୩ ଗୁରୁତର ।।

May 14, 2024 - 15:08
May 14, 2024 - 16:10
 0  39
।। ବାଇକ୍ ସହିତ ସ୍କୁଟରର ମୁହାଁମୁହିଁ ଧକ୍କାରେ ୨ ମୃତ ୩ ଗୁରୁତର ।।

କେନ୍ଦୁଝର, ଢେଙ୍କିକୋଟ, ତା୧୪/୫- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ କପାସପଡ଼ା ବାଙ୍କ ଡ଼େଞ୍ଜର ଜୋନ ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଯାଇଛି। ତେବେ ଖବର ନେବାରୁ ଜଣାଯାଏ ଯେ ଏକ ଟିଭିଏସ ବାଇକ ଯୋଗେ ଢେଙ୍କିକୋଟ ଫାଣ୍ଡି ଭୋଳବେଡ଼ା ଗ୍ରାମର ମିତ୍ରଭାନୁ ବେହେରା ତାଙ୍କ ସ୍ତ୍ରୀ ସୁଲେଖା ବେହେରା ସହିତ ଢେଙ୍କିକୋଟ ଆଡକୁ ଆସୁଥିଲେ। ଅପର ପଟରୁ ପାଟଣା ବ୍ଲକ ଷଡ଼ଙ୍ଗବାହାଳି ଗ୍ରାମର ଦୁଇଜଣ ଯୁବକ ଓ ଜନେ ମହିଳା ଏକ ସ୍କୁଟର ଯୋଗେ ଢେଙ୍କିକୋଟରୁ ପାଟଣା ଅଭିମୁଖେ ଯାଉଥିଲେ। ତେବେ କପାସପଡ଼ା ଡ଼େଞ୍ଜର ଜୋନ ଠାରେ ଏକ ଯାତ୍ରୀବlହି ବସ୍ କୁ ଓଭରଟେକ୍ କରିବାକୁ ଯାଇ ସ୍କୁଟର ଚାଳକ ବାଇକ ସହିତ ମୁହାମୁହିଁ ଧକ୍କା ଦେଇଥିଲା। ସମସ୍ତେ ସେଠାରେ ଓଲଟି ପଡ଼ିଥିଲେ। ଫଳରେ ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ସଙ୍ଗେ ସଙ୍ଗେ ସଭିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ବାମପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଭୋଳବେଡ଼ା ଗ୍ରାମର ମିତ୍ରଭାନୁ ବେହେରା ଓ ଷଡ଼ଙ୍ଗବାହାଳି ଗ୍ରାମର ଯଦୁ ମୁଣ୍ଡାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ