।। ବାପା-ମା' କଳି ରୋକିବାକୁ ଯାଇ ଝିଅର ଜୀବନ ଗଲା ।।

ନୂଆପଡା : (କୋରାପୁଟ ପ୍ରଥମ ଖବର ) ନୂଆପଡା ଜ଼ିଲ୍ଲା ଧର୍ମବନ୍ଧl ଥାନା କେନ୍ଦୁବାହାରl ଗାଁରେ ଘଟିଛି ଏକ ଅବହବନୀୟ ଘଟଣା l ବାପାମାଙ୍କ କଳି ରୋକିବାକୁ ଯାଇ ଝିଅର ଜୀବନ ଯାଇଛି l ନିଶାସକ୍ତ ବାପା ରାଗିଯାଇ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି l କେନ୍ଦୁବାହାରା ଗ୍ରାମର ଗଜାନନ ମାଝୀ (37) ମଦ ପିଇବା ପାଇଁ ସ୍ତ୍ରୀ ଗୋପପୁରୀ ମାଝି (35)ଙ୍କୁ ଟଙ୍କା ମାଗିଥିଲା l ଗୋପପୁରୀ ଟଙ୍କା ଦେବାକୁ ମନା କରିବାରୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ସହ ମାଡପିଟ ହୋଇଥିଲା ଏହା ଦେଖି ତାଙ୍କ ନାବାଳିକା ଝିଅ ଜ୍ୟୋତି ମାଝୀ (13) ବାପା ଓ ମାଙ୍କ ଝଗଡ଼ାକୁ ଛଡ଼ାଇବାକୁ ଯାଇଥିଲେ l ଗଜାନନ ରାଗିଯାଇ ସ୍ତ୍ରୀକୁ ଏକ କୋଠରୀରେ ତାଲା ପକାଇ ଦେଇଥିଲା l ପରେ ଝିଅର ତଂଟିକୁ ଚିପି ଦେବାରୁ ଘଟଣା ସ୍ଥଳରେ ଜ୍ୟୋତିର ମୃତ୍ୟୁ ଘଟିଥିଲା l ଖବର ଜଣାପଡିବା ପରେ ଭାଇ ରୂପସିଂ ମାଝୀ ଧରମବନ୍ଧା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ l ପୁଳିସ ଶବ ଉଦ୍ଧାର କରିବା ସହ ହତ୍ୟାକାରୀ ଗଜାନନ ମାଝିଙ୍କୁ ଅଟକ ରଖିଥିଲା l ନୂଆପଡା ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯଇଛି l ପରେ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ବାପା ଗଜାନନ ମାଝିକୁ କୋର୍ଟଚାଲାଣ କରାଯାଇଛି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






