କିର୍ମିରାରେ ଜନ ଅଭିଯୋଗ ଶୁଣାଣି ଶିବିର

Feb 23, 2026 - 19:05
 0  7
କିର୍ମିରାରେ ଜନ ଅଭିଯୋଗ ଶୁଣାଣି ଶିବିର

କିର୍ମିରା୨୩।୨(ଫାଷ୍ଟ ନିଉଜ ଓଡ଼ିଶା) କିର୍ମିରା ବ୍ଳକ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ମାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୨୪ଟି ଅଭିଯୋଗରୁ ୮ଟି ସାମୁହିକ ଓ ୧୬ଟି ବ୍ୟକ୍ତିଗତ।ଏଥିରେ କିର୍ମିରା ପିଏମଶ୍ରୀ ସ୍କୁଲରେ ମୋ ସ୍କୁଲ ଅଭିଯାନ ଅନୁଦାନ ଟଙ୍କାର କାର୍ଯ୍ୟରେ ଦୁର୍ନିତି,ଲଇକେରା ସାହାସପୁର ୪ଜଣ ଚାଷି ଗଭୀର ନଳକୂପ ପାଇଁ ଟଙ୍କା ଜମା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇ ନାହିଁ,୨୦୨୪ ବର୍ଷର ପ୍ରଧାନମନ୍ତ୍ରୀ ଫସଳ ବୀମା ରାଶି ଚାଷି ପାଇ ନଥିବା, ଅର୍ଡ଼ା ଗ୍ରାମର ଶ୍ରମିକ ମାନେ ବାଲାଜୀ କମ୍ପାନୀର କାର୍ଯ୍ୟ କରି ମଜୁରି ପାଇ ନ ଥିବା, କୋଲାବିରା ଧୁବେନ ବୁଡ଼ ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରେ ବେଆଇନ ବାଡ଼ ଓ ଘର ତିଆରିକୁ ଆଭିଯୋଗ, କିର୍ମିରା ଶିବ ମନ୍ଦିରରେ ବିଦ୍ୟୁତ ସଂଯୋଗ ଓ ବ୍ୟକ୍ତିଗତରେ କୂପ ଯୋଗାଇବା, ସାପ ଧରାଲିକୁ ପ୍ରମାଣ ପତ୍ର ଓ ଭତ୍ତା, ଜମିବାଡି ବିବାଦ,ଚାଷିଙ୍କ ଧାନ ଟୋକନ ଲାସ୍ସ ହେବା, ୮୦ ଭାଗ ଭିନ୍ନକ୍ଷମକୁ ୩୫୦୦ ଟଙ୍କା ଭତ୍ତା ଦେବା ସମ୍ପର୍କରେ ଶୁଣାଣି କରାଯାଇ ସମ୍ପୃକ୍ତ ଅଧିକାରୀଙ୍କୁ ବର୍ଜମା କରି ଅଭିଯୋଗର ସମାଧାନ ନେବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ।ଏଥି ସହ ନସ୍କାପାଲି ଗାଁର ବିମଳ ବାଗଙ୍କୁ ଚିକିତ୍ସା ସହାୟତା ରାଶି ରେଡ଼କ୍ରସ୍‌ ପାଣ୍ଠିରୁ ୨୦ ହଜାର ଆର୍ଥିକ ସହାୟତା ପ୍ରଦାନ କରାଗଲା। ଶିବିରରେ ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ଵରଞ୍ଜନ ନାୟକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼.ମହେଶ ମୋହନ ପଣ୍ଡା, ବିଡିଓ ଅଭିନାଶ ଲାକ୍ରା ସହ ଜିଲା ଓ ବ୍ଲକ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ _ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ