।। ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ପୋଦୋନ୍ନତି ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ।।

Feb 25, 2024 - 11:20
 0  31
।। ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ପୋଦୋନ୍ନତି ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ।।

ନୂଆପଡା : ଆଜି ଦିବା 12 ଘଟିକା ସମୟରେ ଶିକ୍ଷକ ସଂଘର ନୂଆପଡା ତରଫରୁ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନୂଆପଡାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଶ୍ରୀଯୁକ୍ତ ମିଶ୍ର ବର୍ତ୍ତମାନ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି l ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆଦେଶ ସଂଖ୍ୟା 3540 ତା: 22-02-2024 ଅନୁସାରେ ଶ୍ରୀଯୁକ୍ତ ମିଶ୍ର ଯୁଗ୍ମ ନିର୍ଦେଶକ ପାହ୍ୟାକୁ ପୋଦୋନ୍ନତି ପାଇଛନ୍ତି l ସେ ଜଣେ ନୂଆପଡା ଜ଼ିଲ୍ଲା ଶିକ୍ଷା ବିଭାଗରେ ଦକ୍ଷ ପ୍ରଶାସକ ଭାବେ ପରିଚିତ ହେବା ସହ ମିଷ୍ଟଭାଷୀ ବ୍ୟକ୍ତି ଯୋଗୁଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଭାଗୀୟ କର୍ମଚାରୀ ମହଲରେ ପ୍ରିୟପାତ୍ର ହୋଇପାରିଛନ୍ତି l ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିଶ୍ରଙ୍କ ର ତତ୍ଵାବଧାନ ଓ ମାର୍ଗଦର୍ଶନରେ ଜ଼ିଲ୍ଲାର ଭିଭିନ୍ନ କର୍ମଚାରୀ, ବିଦ୍ୟାଳୟ ତଥା ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2024 ଅଧୀନରେ ପୂରୁଁସ୍କୃତ ହୋଇ ଜ଼ିଲ୍ଲାର ଗୌରବ ମଣ୍ଡନ କରିଛନ୍ତି l ଶ୍ରୀ ମିଶ୍ର ଭିଭିନ୍ନ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ସମସ୍ୟା ଗୁଡିକର ସମାଧାନ ତଥା ଶିକ୍ଷାର ଉନ୍ନତି ଦିଗରେ ସର୍ବଦା ଚେଷ୍ଟିତ, ଶିକ୍ଷକ ସଂଘର ଶଙ୍କର୍ଷଣ ପୁରୋହିତ, ସରୋଜ କୁମାର ଅଗସ୍ତି, ବିନୋଦ ସିଂ ଠାକୁର, ପ୍ରମୋଦ କୁମାର ମିଶ୍ର, ସଞ୍ଜୟ ପାଢ଼ୀ, ଚୁରନ ଲାଲ ସାହୁ, ଉପେନ୍ଦ୍ର ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ ଶିକ୍ଷକ ସମ୍ବର୍ଦ୍ଧନା ଅବସରରେ ଉପସ୍ଥିତ ଥିଲେ l ଜ଼ିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଵିଭାଗୀୟ କର୍ମଚାରୀ ଶ୍ରୀ ମିଶ୍ରଙ୍କ ପୋଦୋନ୍ନତି କୁ ସ୍ୱାଗତ ଜଣାଇଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ