ଆରମ୍ଭ ହେଲା ସୁଭଦ୍ରା ଯୋଜନା ଆନ୍ଦୋଳନ

ଗତ କିଛି ଦିନ ହେଲା ସାରା ଓଡ଼ିଶାର ଘରେ ଘରେ ସୁଭଦ୍ରା ଯୋଜନାର ଚର୍ଚ୍ଚା ଚାଲିଛି । ସେହି ଯୋଜନାକୁ ନେଇ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ନିଲାବାଡି ଗ୍ରାମ ଠାରେ ଆରମ୍ଭ କରିଥିଲେ ଏକ ଆନ୍ଦୋଳନ । ସେଠାରେ ନିଲାବାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ Wataka Jagana ସେହି ଆନ୍ଦୋଳନ ର ଶୁଭାରମ୍ଭ କରିଛନ୍ତି । ଗ୍ରାମର ପ୍ରତ୍ୟେକ ମହିଳା ମାନେ ଏହି ଆନ୍ଦୋଳନ ର ଯୋଗ ଦେଇଥିଲେ ଏବଂ ନିକଟସ୍ତ ଗ୍ରାମ ର ମହିଳା ମାନେ ମଧ୍ୟ ସେଠାରେ ଯୋଗ ଦେଇଥିଲେ। ସେମାନେ କହୁଛନ୍ତି ଓଡ଼ିଶା ସରକାରଙ୍କ ଦ୍ଵାରା ଗଠିତ ସୁଭଦ୍ରା ଯୋଜନା ଟି ଓଡ଼ିଶା ର ପ୍ରତ୍ୟେକ ମହିଳାମାନଙ୍କୁ ମିଳୁ । ଏବଂ ଏହା ସଫଳତାର ସହ କାର୍ଯ୍ୟ କରିବା ବୋଲି ତାଙ୍କ ମନ ରେ ଆଶା ଓ ଆଶଙ୍କା ଭରି ରହିଛି ।
ବନ୍ଧୁଗାଁ ବିଶ୍ବମ୍ବର ନାଗ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






