।। ବିଭିନ୍ନ ଦାବୀ ନେଇ ଗୋଲାମୁଣ୍ଡା ଉପଡ଼ାକ ଘର ଠାରେ ଡାକ କର୍ମଚାରିଙ୍କ ଧର୍ମଘଟ ।।

Dec 13, 2023 - 11:36
 0  6
।। ବିଭିନ୍ନ ଦାବୀ ନେଇ ଗୋଲାମୁଣ୍ଡା ଉପଡ଼ାକ ଘର ଠାରେ ଡାକ କର୍ମଚାରିଙ୍କ ଧର୍ମଘଟ ।।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉପ ଡାକଘର ଠାରେ ଡାକ କର୍ମଚାରି ବିଭିନ୍ୟ ଦାବୀ ନେଇ ଧର୍ମଘଟ କରିଥିବା ଦେଖିବାକୁ ମିଳିଥିଲା । ଗ୍ରାମୀଣ ଡାକ ସେବକ କାର୍ଯ୍ୟ ନିଧିଷ୍ଟ ଦୈନୀକ ୮ ଘଣ୍ଟା ସମାନ କାମକୁ ସମାନ ବେତନ ଦିଆଯାଉ ଟାର୍ଗେଟ ନାମରେ ଗ୍ରାମୀଣ ଡାକ ସେବକ ଙ୍କୁ ହଇରାଣ ହରକତ ନୀତିକୁ ବନ୍ଦ କରାଯାଉ ,ଗ୍ରାମୀଣ ଡାକ ସେବକ କର୍ମ ଚାରି ମାନଙ୍କୁ ୫ ଲକ୍ଷ୍ୟ ଟଙ୍କା ପଯ୍ୟନ୍ତ ସ୍ୱାସ୍ଥ୍ୟ ବିମା ପ୍ରଦାନ କରାଯାଉ, ପ୍ରତି ୧୨ ବର୍ଷ ରେ ଆର୍ଥିକ ପଦୋନୀ ଦିଆ ଯାଉ ବୋଲି ବିଭିନ୍ନ ଦାବୀ ନେଇ ଧର୍ମଘଟ କରିଥିବା ପ୍ରକାଶ ପାଇଛି । ଗ୍ରାମୀଣ ଡାକ ସେବକ କର୍ମ ଚାରି ମାନେ ଅବହେଳିତ ଉପେକ୍ଷିତ ଓ ନିଷ୍ଠାପର ହୋଇଥିବା ବେଳେ ବର୍ଷ ବର୍ଷ ହେବ ସେମାନେ ଦାବୀ କରି ଆସୁଥିଲେ ମଧ୍ଯ ତାଙ୍କର ନ୍ୟାଯ୍ୟ ଦାବିକୁ ଭାରତ ସରକାର ଗ୍ରହଣ କରୁନଥିବାରୁ ସେମାନେ ଧର୍ମଘଟ କରିବାକୁ ବାଧ୍ୟ ହେଲୁବୋଲି କହିଥିଲେ । ଗୋଲାମୁଣ୍ଡା ଉପ ଡାକଘର ଅଧିନସ୍ତ ୧୧ ଗୋଟି ଶାଖା ଡାକ ଘର ର ସମସ୍ତ ଗ୍ରାମୀଣ ଡାକ ସେବକ କର୍ମ ଚାରି ମାନେ ମଙ୍ଗଳବାର ଠାରୁ ଅଧିନିଷ୍ଟ କଳା ପଯ୍ୟନ୍ତ ଧର୍ମଘଟ କରିବୁ ବୋଲି ପ୍ରକାଶ କରିଥିଲେ ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ