ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହରେ ନୂଆପଡା ଜିଲ୍ଲା ରାଜ୍ୟରେ ପ୍ରଥମ: ଡୁଡା ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ପ୍ରଶଂସା

Apr 17, 2026 - 21:40
 0  12
ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହରେ ନୂଆପଡା ଜିଲ୍ଲା ରାଜ୍ୟରେ ପ୍ରଥମ: ଡୁଡା ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ପ୍ରଶଂସା

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ତିନୋଟି ଏନଏସି—ନୂଆପଡା, ଖଡିଆଳ ଓ ଖରିଆର ରୋଡର କାର୍ଯ୍ୟାବଳୀ ସମୀକ୍ଷା କରାଯାଇଥିଲା। ରାଜସ୍ୱ ସଂଗ୍ରହ, ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ, ପିଏମଏୱାଇ (ନଗର) ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (ଏମଏସବିୱାଇ)ର କାର୍ଯ୍ୟାନ୍ବୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ବିଭିନ୍ନ ଏନଏସିର କାର୍ଯ୍ୟ ପ୍ରଗତି ଓ ଆର୍ଥିକ ତଥ୍ୟ ଉପସ୍ଥାପନ କରିଥିଲେ। ହୋଲ୍ଡିଂ ଟେକ୍ସ ସଂଗ୍ରହ କ୍ଷେତ୍ରରେ ନୂଆପଡା ଏନଏସି ରାଜ୍ୟରେ ପ୍ରଥମ ସ୍ଥାନ ଓ ଖଡିଆଳ ଏନଏସି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ନୂଆପଡା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ନୂଆପଡ଼ା ଏନଏସିର ହୋଲ୍ଡିଂ ଟେକ୍ସ ସଂଗ୍ରହ ୩୯.୧୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ୫୪.୧୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୩୮ ପ୍ରତିଶତ। ସେହିପରି, ଖରିଆର ଏନଏସିର ୩୫.୮୬ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ୪୮.୫୮ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୩୫ ପ୍ରତିଶତ। ଖରିଆର ରୋଡ ଏନଏସି ମଧ୍ୟ ୬୨ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି। ସମସ୍ତ ତିନୋଟି ଏନଏସିର ହୋଲ୍ଡି ଟେକ୍ସ ସଂଗ୍ରହ ଆଧାରରେ ନୂଆପଡା ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ବୈଠକରେ ନୂଆପଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡିଆଳ ଏନଏସିର ସ୍ୱାଧୀନ ମହାରଣାଙ୍କୁ ଜିଲ୍ଲାପାଳ ସମ୍ୱର୍ଦ୍ଧିତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ନୂଆପଡା ଓ ଖଡିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏବଂ ସେମାନଙ୍କ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ। ଜିଲ୍ଲାପାଳ କହିଥିଲେ ଯେ ଏହା କେବଳ ଆରମ୍ଭ ମାତ୍ର ଏବଂ ଆହୁରି ଦୂର ଯିବାକୁ ଅଛି। ଚଳିତ ଆର୍ଥିକ ବର୍ଷରେ ଅଧିକ ପ୍ରୟାସ କରି ଜିଲ୍ଲାର ସମ୍ମାନକୁ ଆହୁରି ବଢ଼ାଇବା ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ ବୋଲି ସେ କହିଥିଲେ। ବୈଠକରେ ନୂଆପଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡିଆଳ ଏନଏସିର ସ୍ୱାଧୀନ ମହାରଣା, ଖରୀଆର ରୋଡ ଏନଏସିର କମଳାସନ ରଥ ସହିତ ନଗର ଉନ୍ନୟନ ଓ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ